ଜାଣନ୍ତୁ କ’ଣ କଲେ ମନସ୍କାମନା ପୂର୍ଣ୍ଣ ହେବ

ପ୍ରତ୍ୟେକ ମଣିଷର କିଛି ଇଚ୍ଛା ଥାଏ । ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ସେ ପରିଶ୍ରମ କରିଥାଏ । କିଛି ଲୋକଙ୍କ ମନସ୍କାମନା ପୂରଣ କରିବା ପାଇଁ ଠାକୁରଙ୍କ ପାଖରେ ଗୁହାରୀ ପଡନ୍ତି ଏବଂ ପୂଜାପାଠ କରନ୍ତି । ଶାସ୍ତ୍ରବିତ୍ଙ୍କ ମତରେ ମନସ୍କାମନା ପୂରଣ କରିବାର ଏକ ଉପାୟ ରହିଛି । ରବିବାର ଦିନ ବେଲ ଗଛ ମୂଳରେ ନାଲିରଙ୍ଗର ଫୁଲ ଓ ଧୂପ ଦେଇ ପୂଜା କରନ୍ତୁ । ଏଥିସହ ରବିବାର ଦିନ ବେଲଗଛକୁ ପ୍ରଦକ୍ଷିଣ କରନ୍ତୁ । ଏମିତି ୭ଟି ରବିବାର କରନ୍ତୁ । ଦେଖିବେ ମସ୍କାମନା ପୂର୍ଣ୍ଣ ହେବ । କାରଣ ବେଲଗଛ ହେଉଛି ରବି ମହାଗ୍ରହଙ୍କର ପ୍ରତୀକ । ତେଣୁ ରବିବାର ଦିନ ବେଲଗଛ ମୂଳରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ