ଶୋଇବା ସମୟରେ ପାଟିରୁ ଲାଳ ଗଡୁଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର
ସାଧାରଣତଃ ଶୋଇବା ସମୟରେ ଚେତା ଥିବା ସମୟ ଅପେକ୍ଷା ଅଧିକ ମାତ୍ରା ଲାଳ ବାହାରିଥାଏ । କାରଣ ଏହି ସମୟରେ ହଜମ ପ୍ରକ୍ରିୟା ସକ୍ରିୟ ହୋଇଥାଏ । ଏଣୁ ଅଧିକ ପରିମାଣରେ ମଧ୍ୟ ଲାଳ ସୃଷ୍ଟି ହୋଇଥାଏ । ଲାଳ ବୋହିବାର ଅନେକ କାରଣ ରହିଥିବା ବେଳେ ମୁଖ୍ୟ କାରଣ ହେଉଛି ଖାଦ୍ୟ ସଠିକ ଭାବେ ହଜମ ନ ହେବା, ତେବେ ଏହାକୁ କିଛି ଘରୋଇ ଉପଚାର ଦ୍ୱାରା ଦୂର କରାଯାଇପାରିବ । ଯଦି ଆପଣଙ୍କର ମଧ୍ୟ ଶୋଇବା ସମୟରେ ପାଟିରୁ ଲାଳ ବାହାରୁଥାଏ ତେବେ ଆସନ୍ତୁ ଜାଣିବା ଏହାକୁ ଦର କରିବାର ଉପାୟ । ପାଟିରୁ ଲାଳ ବାହାରୁଥିଲେ ଦୈନିକ ୩ ଥର ତୁଳସୀ ପତ୍ର କଞ୍ଚା ଚୋବାଇବା ଉଚିତ । ଏହା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ହେବା ସହ ପେଟ ସଫା ହୋଇଥାଏ । ଯାହା ଫଳରେ ରାତିରେ ଶୋଇବା ସମୟରେ ପାଟିରୁ ଲାଳ ବାହାରିନଥାଏ । ରାତିରେ ଶୋଇବା ସମୟରେ ପାଟିରୁ ଲାଳ ବାହାରିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଲୋକହସାର ପାତ୍ର ହେବାକୁ ପଡିଥାଏ । ତେଣୁ ଶୋଇବା ପୂର୍ବରୁ ପ୍ରତିଦିନ ଫିଟିକିରି ମିଶା ପାଣି କୁଳୁକୁଳୁ କରନ୍ତୁ । ଏହା ଦ୍ୱାରା ଲାଳ ବୋହିବା କମି ଯାଇଥାଏ । ଲାଳ ବାହାରୁଥିବା ବ୍ୟକ୍ତିଙ୍କ ପାଇଁ ଡାଲଚିନି ଯୁକ୍ତ ଚା ବହୁତ ଉପକାରୀ । ପାଣିରେ କିଛି ମାତ୍ରରେ ଡାଲଚିନି ପକାଇ ଫୁଟାଇବା ସହ ସେଥିରେ କିଛି ମାତ୍ରାରେ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ଲାଳ ବାହାରିବା ସମ୍ପୂର୍ଣ୍ଣ ଭାବେ କମ୍ ହୋଇଥାଏ । ଟିକେ ଉଷୁମ ପାଣିରେ ଅଁଳା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ପେଟ ସଫା ରହିଥାଏ । ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରାଇଥାଏ । ଏହା ଦ୍ୱାରା ପାଟିରୁ ଲାଳ ବୋହିବା କମ୍ ହୋଇଥାଏ ।


