ଜାତିଆଣ ମାମଲା ୨ବର୍ଷ କାରାଦଣ୍ଡ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା କୋର୍ଟ ଜାତିଆଣ ଆକ୍ଷେପ ଜନିତ ଏକ ମକଦ୍ଦମାକୁ ବିଚାର କରି ଜିଲା ଦୌରାଜଜ୍ ବିଶ୍ୱଜିତ ଦାସ ଅଭିଯୁକ୍ତ ଜଗଦୀଶ ଶଙ୍କର ପଟ୍ଟନାୟକଙ୍କୁ ୨ବର୍ଷ ଜେଲ୍ ଓ ୨ହଜାର ଟଙ୍କା ଜରିମାନା ଦଣ୍ଡ ଆଦେଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୩ମାସ ଜେଲ୍ଦଣ୍ଡ ଦିଆଯିବା ଏହି ରାୟରେ ଶୁଣାଣି ହୋଇଛି । ଘଟଣାରୁ ପ୍ରକାଶଯେ ଅଭିଯୁକ୍ତ ଜଗଦୀଶ ଗୋଷାଣୀ ବ୍ଲକ ସାନଦେଉଳା ଠାରେ ଏକ ଜମି ବିକ୍ରି କାରବାରରେ ସେଠାକାର ତ୍ରିନାଥ ମଣ୍ଡଳଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ଏଥିରେ ତ୍ରିନାଥ ମଣ୍ଡଳ ଅପମାନିତ ହୋଇ ମକଦ୍ଦମା ରୁଜୁ କରିଥିଲେ । ଜିଲାକୋର୍ଟରେ ମାମଲାର ବିଚାର କରାଯାଇ ଅଭିଯୁକ୍ତ ଜଗଦୀଶଙ୍କୁ ଦୁଇବର୍ଷ ଜେଲ ଓ ୨ହଜାର ଟଙ୍କା ଜରିମାନା ପାଇଁ ଆଦେଶ ହୋଇଛି । ଶରତ ଚନ୍ଦ୍ର ପ୍ରଧାନ ସରକାରୀ ଓକିଲୋ ଭାବେ ଏହି ମାମଲାର ପରିଚାଳନା କରିଥିଲେ ।