ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଛାତ୍ର କଂଗ୍ରେସ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଜିଲ୍ଲା ଯୁବ ସଂପାଦକ କ୍ରିଷ୍ଣାନନ୍ଦ ସାହୁ, ପୂର୍ବତନ ଛାତ୍ର ସଂସଦ ସଭାପତି ସୌମ୍ୟ ସଂଜୀବ ଦାସ, ସ୍ମୃତି ରଂଜନ ଜେନା, ବିକାଶ ନାୟକ, ନିଗମାନନ୍ଦ ସ୍ୱାଇଁ ଆଦି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମହାତ୍ମାଗାନ୍ଧୀଙ୍କ ଦେଶ ପାଇଁ ବାଳିଦାନ ଓ ତାଙ୍କର ଆଦର୍ଶ ଜୀବନ ଦର୍ଶନ ଉପରେ ଆଲେଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ