ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ତିରୋଧାନ ଦିବସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପବିତ୍ର ତିରୋଧାନ ଦିବସ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜାଭିୟର ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କଠାରେ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶାନ୍ତି ପଦଯାତ୍ରା ଆୟୋଜିତ ହେବା ସଙ୍ଗେ ସଙ୍ଗେ ଜାତିର ପିତା ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ମହାପାତ୍ର, ଅଭୟ ବଡ଼ଜେନା, ସମ୍ପାଦକ କେଶବ ରଣା, ପ୍ରମୋଦ ପରିଡ଼ାଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ