ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାଙ୍କ ସହିତ ସନ୍ତୋଷୀ ସେଠୀ, ପୁରୁଷୋତମ ତ୍ରିପାଠୀ, ମାନସ କୁମାର ବେହେରା, ସନ୍ତୋଷ କୁମାର ପରିଡା, ସ୍ନେହଲତା ଲେଙ୍କାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମହାତ୍ମା ଗାନ୍ଧୀଙ୍କ ଦେଶ ପାଇଁ ବାଳିଦାନ ଓ ତାଙ୍କର ଆଦର୍ଶ ଜୀବନ ଦର୍ଶନ ଉପରେ ଆଲେଚନା କରିଥିଲେ । ସେହିପରି ନାଉଗାଁ ସାଂସ୍କୃତିକ ପରିଷଦ ତଥା ନାଉଗାଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସଂପାଦକ ଅଧ୍ୟାପକ ସରୋଜ ନାୟକ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ତ୍ରିଲୋଚନ ପାଢୀ, ହିଂମାଶୁ ମହାନ୍ତି, ଅକ୍ଷୟ ରାଉତ,ସମାଜସେବୀ ପ୍ରସନ୍ନଜିତ ସାହୁ, ଶିକ୍ଷକ ଭ୍ରମରବର ବେହୁରା ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ