ଜାତୀୟ ଗଣମାଧ୍ୟମ ଦିବସ ଓ ପ୍ରାଣନାଥ ଜୟନ୍ତୀ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଓ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ଲିଙ୍ଗରାଜ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ମାନସ ସାହୁଙ୍କୁ ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଥିଲା । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ, ସ୍ୱର୍ଗତ ପ୍ରାଣନାଥ ଥିଲେ ଜଣେ ଅଗ୍ରଗଣ୍ୟ ସାମ୍ବାଦିକ । ସେ ଥିଲେ ମୁକ୍ତି ଯୋଦ୍ଧା, କୃଷକ ଓ ସାମ୍ୟବାଦ ଆନ୍ଦୋଳନର ପୁରୋଧା କମ୍ୟୁନିଷ୍ଟ ଦଳର ଅନ୍ୟତମ ପ୍ରତିଷ୍ଠାତା ତଥା ଶିକ୍ଷା ବିକାଶ ପାଇଁ ସମର୍ପିତ ବ୍ୟକ୍ତିତ୍ୱ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବେହେରା, ଜତୀନ୍ଦ୍ର ମୋହନ ଛୋଟରାୟ, ଲଗ୍ନଦୀପା ମିଶ୍ର, ଅଭିଯାନର ଯୁଗ୍ମ ଆବାହକ ନାରାୟଣ ଚନ୍ଦ୍ର ଓଝା ଓ ସଂସ୍କୃତି ସୁରକ୍ଷା ଅଭିଯାନର ସମର୍ପିତ ସଦସ୍ୟମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ