ତରଜଙ୍ଗା ପଞ୍ଚାୟତ ପକ୍ଷରୁ ନୂତନ ବିଧାୟକ ଙ୍କୁ ସମ୍ବର୍ଦ୍ଧନା
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ): ନିର୍ବାଚନ ମଣ୍ଡଳୀରେ ନିଜର କାର୍ଯ୍ୟଶୈଳୀ ସମାଜ ସେବାକୁ ମୂଳ ମନ୍ତ୍ର ନେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଯୁବ ବିଧାୟକ ଙ୍କୁ ତରଜଙ୍ଗା ପଞ୍ଚାୟତ ର ବିଜେଡି ସଭାପତି ରଞ୍ଜିତ ପରିଜା ଙ୍କ ନେତୃତ୍ୱରେ ପଞ୍ଚାୟତ ର ଅନେକ କର୍ମୀ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଭିନ୍ନ ଆଲୋଚନା ମାଧ୍ୟମରେ ସରିଥିବା ବିଧାନସଭା ଉପନିର୍ବାଚନ ରେ ପଞ୍ଚାୟତ ର ଭୋଟ ହାର ର ସମୀକ୍ଷା କରିବା ସହ ଆଗମୀଦିନରେ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଦଳର କାର୍ଯ୍ୟ ପନ୍ଥା କୁ ଆଗକୁ ବଢେଇବା ପାଇଁ ଆଲୋଚନା କରାଯାଇଥିଲା | କର୍ମୀମାନଙ୍କ ମଧ୍ୟରେ ଭବେଶ ଚୌଧୂରୀ, ପ୍ରଦୀପ୍ତ ଦାସ, ଜୀବନଜ୍ୟୋତି ପରିଜା, ରାଜେଶ ପଣ୍ଡା, ଛାତ୍ର ନେତା ଅଭିଷେକ ତ୍ରିପାଠୀ, ତପନ ମହାନ୍ତି, ବିରଞ୍ଚି ନାରାୟଣ ମଲ୍ଲିକ, ରାଜେନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, ରମେଶ ମଲ୍ଲିକ, ଦିଲୁ ପରିଜା, ବିଶ୍ୱରଂଜନ ନାୟକ, ସଞ୍ଜୟ ସାମଲ, ରବିନାରାୟଣ ଦାସ, ବୀରେନକୁମାର ଦାସ, କିଶୋର ଚନ୍ଦ୍ର କୁଁଅର, ଦୀପକ ଦାସ, ଚିତ୍ତରଞ୍ଜନ ସାହୁ, ହିମାଂଶୁ ସ୍ୱାଇଁ, ଅଭିରାମ ପୁଷ୍ଟି, ସରୋଜସାହୁ, ପ୍ରମୁଖ ଅନେକ କର୍ମୀ ଉପସ୍ଥିତ ଥିଲେ |


