ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଦେଲେ ୨୦୩ ପରୀକ୍ଷାର୍ଥୀ

ବନ୍ତ,(ଚାନ୍ଦିନୀ ମହାନ୍ତି): ମଙ୍ଗଳବାର ବନ୍ତ ବ୍ଲକରେ ୨୦୩ ଜଣ ପରୀକ୍ଷାର୍ଥୀ ଜାତୀୟ ମେଧାବୃତ୍ତି ପରୀକ୍ଷା ଦେଇଥିବା ଜଣାଯାଇଛି । ବନ୍ତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ ଥିଲେ । ସେହିପରି ଟିଲୋ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ବନ୍ତ ହାଇସ୍କୁଲର କେନ୍ଦ୍ର ଅଧିକ୍ଷକ ଭାବେ ଉତ୍ତମ କୁମାର ଦତ୍ତଓ ଟିଲୋ ହାଇସ୍କୁଲର କେନ୍ଦ୍ର ଅଧିକ୍ଷକ ଭାବେ କୃଷ୍ଣ ଚନ୍ଦ୍ର ପାଢୀ ଥିଲେ । ପରୀକ୍ଷା କେନ୍ଦ୍ରର ନୀରିକ୍ଷକ ଭାବେ ସନ୍ତୋଷ କୁମାର ଜେନା, ସୁଧାକର ପଣ୍ଡା, ନାରାୟଣ ଚନ୍ଦ୍ର ଧଳ, ଜଗନ୍ନାଥ ବିଶ୍ୱାଳ, ସୌମ୍ୟ ରଞ୍ଜନ ସାହୁ, ବିଜୟ କୁମାର ସାମଲ, ଦେବେନ୍ଦ୍ର ପ୍ରସାଦ ସାହୁ, ଲିଜା ଦାସ, ବିଜୟଲକ୍ଷ୍ମୀ ମଲ୍ଲିକ ଦାୟୀତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ