ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ , ମନୋଜ ବାଜପେୟୀ ଓ ଧନୁଷ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାମାନଙ୍କ ନାଁ ଘୋଷଣା କରାଯାଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ରେ ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ‘ମଣିକର୍ଣ୍ଣିକା’ରେ କଙ୍ଗଣା ରାଣୀ ଲକ୍ଷ୍ମୀବାଇ ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ। ସେହିପରି ହିନ୍ଦୀ ଫିଲ୍ମ ‘ଭୋଂସଲେ’ରେ ଅଭିନୟ ପାଇଁ ମନୋଜ ବାଜପେୟୀ ଏବଂ ତାମିଲ୍ ଫିଲ୍ମ ‘ଅସୁରନ୍’ରେ ଅଭିନୟ ତାମିଲ ସୁପରଷ୍ଟାର ଧନୁଷଙ୍କୁ ଯୁଗ୍ମଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ଚୟନ କରାଯାଇଛି। ଏହା ସହ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ