ଜାତୀୟ ଡାକ୍ତର ଦିବସ ଓ ବନ ମହୋତ୍ସବ ସପ୍ତାହ ଅବସରରେ ସବୁଜ ଭାରତ ତରଫରୁ ବୃକ୍ଷରୋପଣ

ଭବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ଡାକ୍ତର ଦିବସ ଓ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ତରଫରୁ ଭୁବନେଶ୍ୱରସ୍ଥିତ ଅଭିନ୍ନଚନ୍ଦ୍ର ହୋମିଓପାଥି କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ରୂପେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ୩୫ ନମ୍ବର ୱାର୍ଡ଼ର କର୍ପୋରେଟର ରଞ୍ଜୁଲତା ରାୟ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପରାମର୍ଶଦାତା ଦୁର୍ଗା ସାମନ୍ତରାୟ, ଇଂ ଲଳିତ ମୋହନ ପଟ୍ଟନାୟକ, ସମାଜସେବୀ ମଧୁସୂଦନ ଦାସ ଏବଂ ହୋମିଓପାଥି କଲେଜର ପ୍ରିନ୍ସପାଲ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, ପୂର୍ବତନ ପ୍ରିନ୍ସପାଲ ପ୍ରଫେସର ସୁଧୀର କୁମାର ଦାସ, ଡ. ନିର୍ମଳ ମହାପାତ୍ର, ଡ. କେ.ସି ସାହୁ, ପ୍ରଫେସର ଜି.ବି ପାଣିଗ୍ରାହୀ, ପ୍ରଫେସର ଅକ୍ଷୟ କୁମାର ମିଶ୍ର, ଡ. ପ୍ରଭାତ କୁମାର ପଟ୍ଟନାୟକ ଏବଂ କଲେଜର ସମସ୍ତ ଶିକ୍ଷକ କର୍ମଚାରୀ, ଛାତ୍ର, ପ୍ରମୁଖ ଯୋଗ ଦେଇଥିଲେ ।
ସାମ୍ପ୍ରତିକ ସମୟରେ ବିକାଶ ନାମରେ ଯେଉଁଭଳି ଭାବରେ ଗଛକଟା ଚାଲିଛି ତାହା ଜୀବଜଗତକୁ ବିନାଶ ମୁହଁକୁ ଠେଲିଦେଉଛି । ଗଛଲତାର ଅଭାବ ଯୋଗୁ ଦିନକୁ ଦିନ ଅସହ୍ୟ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେବାକୁ ପଡୁଛି, ଏହାଦ୍ୱାରା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୃକ୍ଷ ଛେଦନ ଫଳରେ ଉଭୟ ଜୀବଜଗତ ଓ ପ୍ରାଣୀଜଗତ ଆଜି ବିପନ୍ନ ଅବସ୍ଥାରେ । ବ୍ୟାପକ ବୃକ୍ଷରୋପଣ ହିଁ ଉତ୍ତପ୍ତ ପୃଥିବୀକୁ ଶୀତଳ କରିବା ସହିତ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ସହ ଜୀବଜଗତ ଓ ପ୍ରାଣଜଗତକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ବୃକ୍ଷ ଓ ମନୁଷ୍ୟ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି । ବୃକ୍ଷ ବିନା ମଣିଷ ବଞ୍ôଚବା ଅସମ୍ଭବ । ଉତ୍ତାପ ବୃଦ୍ଧି ଓ ପରିବେଶ ପ୍ରଦୂଷଣ ଜୀବଜଗତକୁ ବିପନ୍ନ କରିଦେଇଛି । ଫଳରେ ସାଧାରଣ ଜନତା ନୂଆ ନୂଆ ରୋଗର ଶିକାର ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଏବଂ ଜାତୀୟ ଡାକ୍ତର ଦିବସ ପାଳନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୫ ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ଦାସ, ମନୋଜ କୁମାର ନାୟକ, ପ୍ରିୟଙ୍କା ଦାସ, ଅଳକା ମହାନ୍ତି, ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଯୋଗଦେଇ ସବୁଜ ସୁନ୍ଦର ପୃଥିବୀ ଗଠନ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ । ଶେଷରେ ଡ. ରାଜେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ