ଜାତୀୟ ଡାକ ସପ୍ତାହ ଅବସର ରେ ଡାକ ଟିକଟ ସଂଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଶାନ୍ତି ନଗର ସ୍ଥିତ ନେତାଜୀ ଯୁବକ ସଙ୍ଘ ପ୍ରାଙ୍ଗଣରେ ରେ ଜାତୀୟ ଡାକ ସପ୍ତାହ ପାଳନ ଅବସର ରେ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ସେମିନାର ଓ ଡାକ ଟିକଟ ସଂଗ୍ରହ ରୁ ଉପଲବ୍ଧ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, କିରଣ ମାଳା ପଣ୍ଡା, ଛତ୍ରପୁର ପ୍ରେସ୍ର କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା, ପ୍ରେସ କ୍ଲବ ଯୁଗ୍ମ ସମ୍ପାଦକ କେ ସତ୍ୟ ନାରାୟଣ ରେଡ୍ଡୀ, ଗଣେଶ ଇନ୍ଷ୍ଟିଟ୍ୟୁଟ ଅଫ ସାଇନସ ର ନିର୍ଦେଶକ ମୃତ୍ୟୁଞ୍ଜୟ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଡାକ ଟିକଟ ସଂଗ୍ରହ ଦ୍ୱାରା ତିନି ଇ ଅର୍ଥାତ ଏଜୁକେସନ, ଏନ୍ଟଟେରନମେଣ୍ଟ, ଏରିନିଙ୍ଗି ତିନୋଟି ଲକ୍ଷ୍ୟ ସାଧନ ହୋଇ ପାରିବ ବୋଲି ବର୍ଣନା କରିଥିଲେ l ଏହି ଅବସର ରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ପି ଏନ ୟୁ ଏ ମହାବିଦ୍ୟାଳୟ,ପ୍ରଭୃତି ଅନୁଷ୍ଠାନ ପ୍ରାୟ ଏକ ଶହ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ l ଏହି ଅବସରରେ ଉପସ୍ଥିତ ଡାକ ଅଧିକାରୀ ଶ୍ରୀ ବେହେରା ଓ ଶ୍ରୀମତୀ ପଣ୍ଡା ଡାକଘର କିଭଳି ତାର ମୂଳ ଡାକ ସେବା ସହ ଅଧୁନା ଗୋଟିଏ ଛାତ ତଳେ ବ୍ୟାଙ୍କିଙ୍ଗି ସେବା, ବୀମା, ଆଧାର ସଂଶୋଧନ ଓ ପଞ୍ଜିକରଣ,, କମନ ସର୍ଭିସ ସେଣ୍ଟର ସେବା, ରେଳ ଟିକଟ ବୂକିଙ୍ଗ ସେବା ଯୋଗାଉଥିବାରୁ ଛାତ୍ର ଛାତ୍ରୀ ମାନେ ଦେଶର ସର୍ବ ବୃହତ ତଥା ପୁରାତନ ସଂସ୍ଥା ସହ ମାନେ ତରୁଣ ବୟସରୁ ଜଡିତ ହେଵଲକୁ ଆହ୍ୱାନ ଦେଇଥିଲେ l ଶ୍ରୀଯୁକ୍ତ ମହାରଣା ଓ ଶ୍ରୀଯୁକ୍ତ ରେଡ୍ଡୀ ବିଭିନ୍ନ ସମୟରେ ଡାକବିଭାଗ ତରଫରୁ ଛତ୍ରପୁର ଠାରେ ସମର କ୍ୟାମ୍ପ, ସେମିନାର, ପ୍ରତିଯୋଗିତା ଆୟୋଜନ କରୁଥିବାରୁ ବ୍ରହ୍ମପୁର ଡାକ ମଣ୍ଡଳ କୁ କୃତଜ୍ଞତା ଜ୍ଞାପନ କରିବା ସହ ଛାତ୍ର ଛାତ୍ରୀ ମାନଂକୁ ଏହିଭଳି ଉପାଦେୟ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ପ୍ରେରଣା ଦେଇଥିଲେ l ଆୟୋଜିତ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଦୀପକ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପି. ଶ୍ରୀନିବାସ ସେନାପତି ଓ ମୃତ୍ୟୁଞ୍ଜୟ ନାହାକ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଓ ସମ୍ମାନିତ ହୋଇଥିବା ବେଳେ ବି. ସିଦ୍ଧାର୍ଥ ଓ ନଳିନୀ ଶାସମଲଙ୍କୁ ଉକ୍ତ ପରୀକ୍ଷା ରେ ଉନ୍ନତ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଡାକ ମଣ୍ଡଳ ର ବିଜିନେସ ଏଜୁଜିଟିବି ଗୌରହରି ପଣ୍ଡା ସଂଯୋଜନା କରିଥିବା ବେଳେ ଦେବରାଜ ନାୟକ, ଘନଶ୍ୟାମ ବେହେରା, ରଶ୍ମିରଂଜନ ମହାପାତ୍ର, ଭଗବାନ ସେଠୀ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ