ଜାତୀୟ ପତାକାକୁ ଅସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଣିଆରୀ ମୁଦୁଲିପଦା ସ୍କୁଲରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସକାଳେ ସ୍କୁଲରେ ଜାତୀୟ ପତାକା ଉଡାଯାଇଥିଲେ ମଧ୍ୟ ରାତି ୭ଟା ସୁଧା କେହି ତାହାକୁ ଓହ୍ଲାଇ ନଥିଲେ । ସେହି ଗ୍ରାମର ଜଣେ ବ୍ୟକ୍ତି ଏ ସମ୍ପର୍କରେ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଅବଗତ କଲାପରେ ଯାଇ ଜାତୀୟ ପତାକାକୁ ଖୋଲି ନିଆଯାଇଥିଲା । ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ଏବେ ଏ ବାବଦରେ ଜାଣିବାକୁ ପାଇଲେ, ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ