ଜାତୀୟ ଫୁଟବଲ ଖେଳାଳି ଙ୍କ ଅକାଳ ବିୟୋଗ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜାତୀୟସ୍ତର ଫୁଟବଲ ଖେଳାଳି ଏ ନରେଶ ଙ୍କ ଅକାଳ ବିୟୋଗ ହେବା ଓ ରାଜ୍ୟ ବାହାରୁ ତାଙ୍କ ମୃତ ଶରୀର ଆସିପାରିନଥିବା ବେଳେ ତାଙ୍କ ଶେଷ ଦର୍ଶନ କରି ନପାରି ବାପା, ମାଆ, ପତ୍ନୀ ଓ କୁନି ଝିଅ ଭାଙ୍ଗି ପଡିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମରାଠୀ ସାହିର ବାସିନ୍ଦା ଆଉଲା ଏଲ ମାନ୍ଦୁ ଙ୍କ ପୁଅ ଏ ନରେଶ ୨୦୦୬-୦୭ ରେ ସନ୍ତୋଷ ଟ୍ରଫି ଖେଳି ୨୦୦୯-୧୦ ରେ ଓ ଏନଜିସିରେ ଯୋଗ ଦେଇଥିଲେ ମହାରାଷ୍ଟ୍ର ରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଆଇଲିଗରେ ଓ ଏନ ଜିସି ପକ୍ଷରୁ ୬ଟି ମ୍ୟାଚ ଖେଳିଥିବା ବେଳେ ୨ଟି ଫେଡେରେସନ କପ ଖେଳିଥିଲେ । ୩୫ ବର୍ଷୀୟ ନରେଶ କିଛି ଦିନ ହେଲା ଅସୁସ୍ଥ ଥିବାରୁ ଆସାମରେ ଚିକିତ୍ସିତ ହେଉଥିଲେ । ଗତ ବୁଧବାର ସକାଳେ ସେ ଶେଷନିସ୍ୱ।ଶ ତ୍ୟାଗ କରିଥିଲେ । ତାଙ୍କ ମରଶରୀରକୁ ନିଜ ଜନ୍ମ ମାଟିକୁ ଫେରାଇ ଆଣିବାକୁ ନରେଶ ଙ୍କ ବାପା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ହେଲେ ଦୁଇଦିନ ପରେ ମଧ୍ୟ ଶବ ଫେରିନଥିବା ବେଳେ ତାଙ୍କ ଅନ୍ୟ ପତ୍ନୀ ଙ୍କୁ ହସ୍ତାନ୍ତର କରାଯାଇଥିବା ଖବର ପାଇ ଚିନ୍ତା ଓ କାନ୍ଦରେ ଘର ଫାଟିପଡୁଛି ଏବଂ ସମଗ୍ର ଭଞ୍ଜନଗର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l