ଜାତୀୟ ବାଳିକା ଶିଶୁ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ରେଷ୍ଟଲେସ୍ ଡ଼େଭଲପମେଂଟ ଇଂଟରନେସ୍‌ନାଲ ଅନୁଷ୍ଠାନ ଦ୍ୱାରା ଆଇବିଏମ୍ ଷ୍ଟିମ୍ ଫର୍ ଗାର୍ଲସ ପ୍ରକଳ୍ପ ଅନ୍ତର୍ଗତ ଭଞ୍ଜନଗର ଅଂଚଳକୁ ନେଇ ଭର୍ଚୁଏଲ୍ ପ୍ଳାଟଫର୍ମ ମାଧ୍ୟମରେ ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଛଯାଇଛି । ଏଥିରେ ଭଞ୍ଜନଗରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଫେଲିସିଟର ପାୟଲ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନିଗମାନନ୍ଦ ଏଜୁକେଶନ ସେଂଟରର ସମ୍ପାଦକ ଚିନ୍ମୟ କୁମାର ବେବର୍ତା ଉପସ୍ଥିତ ରହି ଆଜି ଦିବସର ମହତ୍ୱ ଓ ଉଦ୍ଦେଶ୍ୟ ସହିତ ସମାଜର ସବୁସ୍ତରରେ ଥିବା ବ୍ୟକ୍ତି ବିଶେଷଙ୍କ ସହଯୋଗରେ ବାଳିକା ଶିଶୁ ସନ୍ତାନର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ସହିତ ସମ୍ମାନ ପାଇପାରିବେ । ଲିଙ୍ଗଗତ ଭେଦଭାବ ଯାହା ଆଜିକାଲିର ମୁଖ୍ୟ ସମସ୍ୟା ସମାଧାନ ନିମନ୍ତେ ସଚେତନତାର ଆବଶ୍ୟକ ରହିଛି । ସମ୍ମାନିତ ଅତିଥିଭାବେ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ଯୋଗଦେଇ କନ୍ୟା ସନ୍ତାନ ମାନେ ଭୋଗୁଥିବା ସମସ୍ୟାର ସମାଧାନ ନିମନ୍ତେ ସମସ୍ତଙ୍କୁ ସଚେତନତା କରିବା ସହିତ ସେମାନେ ଏକ ଉତମ ଜୀବନ ଏବଂ ଭବିଷ୍ୟତ ଗଠନ କରି ପାରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଅଫିସର ସତ୍ୟନାରାୟଣ ମହାପାତ୍ର, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଗତି ନାହାକ ଉପସ୍ଥିତ ଥିଲେ । ଭଞ୍ଜନଗର ଅଂଚଳର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ