ଜାତୀୟ ବିଜ୍ଞାନ ଦିବସ ରେ ଆଲୋଚନା
ବ୍ରହ୍ମପୁର,(ଅନିଲ କୁମାର):ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ପଟ୍ଟନାୟକ, ଉପାଧ୍ୟକ୍ଷ ପ୍ରକାଶ ପଲେଇ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ଚେୟାରମ୍ୟାନ ଗୌରୀଶଙ୍କର ପଣ୍ଡା ଏବଂ ସହକାରୀ ନିର୍ଦେଶକ ଇଂ କୁନାଲ କୌଶିକ ପଣ୍ଡା ଏଥିରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାର ଗୁରୁତ୍ଵ ସଂପର୍କ ରେ ସଚେତନ କରାଇଥିଲେ । ଏହି ଅବସରରେ ବିଜ୍ଞାନ ସମ୍ବନ୍ଧୀୟ ସଚେତନତା ଏବଂ ସି.ଭି.ରମଣଙ୍କ ଜୀବନୀ ଉପରେ ବିଷଦ୍ ଭାବେ ଆଲୋଚ଼ନା କରାଯାଇଥିଲା । ସେହିପରି ବିଜ୍ଞାନ ସମ୍ବନ୍ଧୀୟ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିଷୟିତ୍ରୀ ଓ ଛାତ୍ର ଛାତ୍ରୀ ଏଥିରେ ଉପସ୍ଥିତ ଥିଲେ ।