ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୁବଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି । ଭାରତ ବର୍ଷରେ ୬୫ ପ୍ରତିଶତ ହେଉଛନ୍ତି ଯୁବଗୋଷ୍ଠୀ । ଯେଉଁ ଦେଶର ଯୁବଶକ୍ତି ଯେତେ ଶିକ୍ଷିତ ଓ ସକ୍ରିୟ ସେ ଦେଶ ସେତେ ଶକ୍ତିଶାଳୀ । ଯୁବକମାନେ ନିଜେ ଲକ୍ଷ୍ୟ ସ୍ଥିର କରିବା, ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ଲାଗି ଉଦ୍ୟମ କରିବା ଉଚିତ୍ ବୋଲି ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଆୟୋଜିତ ଜାତୀୟ ଯୁବ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସ୍ଥିତ ନିିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡ୍‌ମିନିଷ୍ଟ୍ରେସନ୍ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେଶ ସାଇନ୍‌, ଡିନ୍ ପ୍ରଫେସର ବିଷ୍ଣୁ ପାଲ୍‌, ଯୁଥ୍ ଆଇକନ୍ ସତ୍ୟଶ୍ରୀ ସୌମ୍ୟକାନ୍ତ ମହାପାତ୍ର, ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର, ଏସ୍‌ଓ ରୋହିତ ନନ୍ଦେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୭ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଯୁବକ ଯୁବତୀ ମଧ୍ୟରେ ଏକ ସ୍ଲୋଗାନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଗୋବିନ୍ଦ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ