ଜାତୀୟ ରାଜପଥର ସଂଯୋଗୀକରଣ ରାସ୍ତାକୁ ମରାମତିକଲା ବଜାର କମିଟି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ୫ନମ୍ବର(କ) ଜାତୀୟ ରାଜପଥକୁ ଦୁହୁରିଆ ନିକଟରେ ସଂଯୋଗକରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିବା ସହିତ ସେହି ରାସ୍ତାଦେଇ ଗମନାଗମନ କରିବା ଅସମ୍ଭବ ହୋଇପଡିଥିଲା । ସ୍ଥାନୀୟ ଜନସାଧାରଣଙ୍କ ସମେତ ଦୁହୁରିଆ ବଜାର କମିଟି ପକ୍ଷରୁ ସଂପୃକ୍ତ କତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଏହାପରେ ଦୁହୁରିଆ ବଜାର କମିଟି ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କର୍ମକର୍ତ୍ତାମାନେ ଭେଟି ସେହି ସଂଯୋଗୀକରଣ ରାସ୍ତାର ତୁରନ୍ତ ମରାମତି ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ବିତିଯାଇଥିଲେବି ରାସ୍ତା ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନିଆନଯିବାରୁ ଶେଷରେ ଦୁହୁରିଆ ବଜାର କମିଟି ପକ୍ଷରୁ ସଭାପତି କ୍ଷେତ୍ରବାସୀ ସାହୁ, ସମ୍ପାଦକ ସନାତନ ମୁଦୁଲି, ସୁରେନ୍ଦ୍ର ସ୍ୱାଇଁ, ନାରାୟଣ ନାୟକ, ନିର୍ମଳ ସିଂ, ଅନ୍ତର୍ଯ୍ୟାମୀ ନାଥ, ପ୍ରଭାକର ସାହୁ ଓ କେଦାର କୁମାର ମଲ୍ଲିକଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଆଗକୁ ବାହାରି ସେହି ସଂଯୋଗୀକରଣ ରାସ୍ତାର ମରାମତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବଜାର କମିଟିର ଏଭଳି ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ