ଜାତୀୟ ଶିକ୍ଷାନୀତି ଆଲୋଚନା ଚକ୍ର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ମହୁରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଶିକ୍ଷାନୀତି ୨୦୨୦ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏବିଓ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦେଇ ନୂତନ ଶିକ୍ଷାନୀତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟାପକ ଡ.ସୁଶାନ୍ତ କୁମାର ନାୟକ, ଏବିଓ ଅକ୍ଷୟ କୁମାର ଜେନା, ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ସାମଲ, ବାସୁଦେବ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ନାଥ, ପୁଷ୍ପକ ଭାରତୀ, ଉମାକାନ୍ତ ସାହୁ, ବିନୋଦ ରାଉତ, ଦିଲ୍ଲୀପ ଓଝା, ଚକ୍ରଧର ଜେନା, ସୁନାକର ଧଳ, କମଳା ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରଞ୍ଜନ କୁମାର ମହାନ୍ତି ଅତିଥିପରିଚୟ, ପ୍ରଶାନ୍ତ ଜେନା ସ୍ୱାଗତ ଭାଷଣ ଓ ଶିକ୍ଷକ ପ୍ରସନ୍ନ କୁମାର ମହାକୁଡ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ