ଜିତିଗଲା ମାମୁଁ ଭଣଜାର ଭଲପାଇବା : ଦୁଇ ଦିନରେ ରାଜସ୍ଥାନରୁ ଓଡ଼ିଶା ଆସିଲା ଓଟ କ୍ଷୀର

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): କଥାରେ ଅଛି ରଖେ ହରି ତ ମାରିବ କି’ଏ । ଘଟଣାଟା ଏହିପରି ଯେ, ବ୍ରହ୍ମପୁର ଜଣେ ସାଢ଼େ ୩ ବର୍ଷର ଶିଶୁ ଯିଏକି ଏମିତି ଏକ ରୋଗ(ଅଟିଜିମ୍‌) ପଡିଥିଲା ଯାହା ପାଇଁ ଓଟ କ୍ଷୀର ସଞ୍ଜୀବନି ସଦୃଶ୍ୟ ଓ ଯଦି ଏହି କ୍ଷୀର ସେ ଶିଶୁକୁ ମିଳି ନଥାନ୍ତା ତେବେ ତାର ଜୀବନ ପ୍ରତି ବିପଦ ଥିଲା । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ଅଟିଜିମ୍ ରୋଗରେ ଶିଶୁର ମାନସିକ ଅବସ୍ଥାକୁ ଏହି ଓଟ କ୍ଷୀର ର୍ହି ଲାଭଦାୟକ ଅଟେ । ମାତ୍ର ଏହି ଭିତରେ ବାଧକ ସାଜିଥିଲା ଲକ୍‌ଡ଼ାଉନ୍ ବ୍ରହ୍ମପୁରରୁ ସୁଦୂର ରାଜସ୍ଥାନରୁ ଓଟ କ୍ଷୀର କିପରି ଆସିବ ନେଇ ପରିବାରବର୍ଗ ଚିନ୍ତାରେ ପଡିଯାଇଥିଲେ । ଖାସ୍ କରି ସ୍ୱସ୍ତିକର ମାମୁଁ ଚନ୍ଦନ ଆଚାର୍ଯ୍ୟ ବେଶ୍ ବ୍ୟସ୍ତବିବ୍ରତ ଥିଲେ । ଚନ୍ଦନ ଜଣେ ମେକାନିକାଲ୍ ଇଞ୍ଜନିୟର ଅଟନ୍ତି । ତେବେ ସ୍ୱସ୍ତିକର ମାମୁ ସେସୁର ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଚଳିତ ମାସ ୧୬ ତାରିଖରେ ଏକ ଟ୍ୱିଟ୍ ମାଧ୍ୟମରେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କ ଭଜଣା ପାଇଁ ଓଟ କ୍ଷୀର ନିହାତି ଆବଶ୍ୟକ ବୋଲି କହିଥିଲେ । ଏହାପରେ ଶ୍ରୀ ବୋଥ୍ରା ଚନ୍ଦନଙ୍କ ସହ ସମ୍ପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରି କିପରି ଓ କେଉଁଠୁ ଏହି କ୍ଷୀର ଆସିବ ବୋଲି ସେ ନେଇ ଏକ ମାଷ୍ଟର୍ ପ୍ଲାନ୍ କରିଥିଲେ । ପରେ ଏହି କ୍ଷୀର ଯୋଗାଉଥିବା ସଂସ୍ଥା କ୍ୟାମେଲ୍ କରିସ୍ମା ଏବଂ ଭାରତୀୟ ରେଳ ବିଭାଗର ଆଇଆର୍‌ଟିଏସ୍ ସେତୁ ସହ ସହଯୋଗ କରାଯାଇଥିଲା । ପରେ ଚଳିତ ମାସ ୨୧ ତାରିଖରେ ସ୍ୱସ୍ତିକ ପାଇଁ ୧୦ ଲିଟର୍ ଓଟ କ୍ଷୀର ଓ କିଛି ପ୍ୟାକେଟ କ୍ଷୀର ଗୁଣ୍ଡ ପ୍ୟାକ୍ ହୋଇଥିଲା । ଏହାକୁ ଠିକ୍ ସମୟରେ ବ୍ରହ୍ମପୁର ପହଂଚାଇବା ପାଇଁ ରେଳବାଇ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା । ମାଲ୍‌ବାହୀ ଟ୍ରେନରେ ରାଜସ୍ଥ।।ନରୁ ଦିଲ୍ଲୀ ଓ ଦିଲ୍ଲୀରୁ ହାୱଡ଼ା ଦେଇ ଏହା ଭୁବନେଶ୍ୱର ପର୍ଯ୍ୟନ୍ତ ଆସିଥିଲା । ହେଲେ ଭୁବନେଶ୍ୱରୁ ବ୍ରହ୍ମପୁର କିପରି ପହଂଚିବ ସେ ନେଇ ବ୍ରହ୍ମପୁର ପ୍ରଶାସନ ଚନନ୍ଦଙ୍କୁ ସହଯୋଗ କରିବା ପରେ ଉକ୍ତ କ୍ଷୀର ବ୍ରହ୍ମପୁର ଆସିପାରିଥିଲା । ପରେ ଚନ୍ଦନ ଉକ୍ତ କ୍ଷୀରକୁ ନିଜ ଭଉଣୀକୁ ପ୍ରଦାନ କରିବା ପରେ ନିଜେ ୧୪ ଦିନିଆ କ୍ୱାରାନ୍‌ଟାଇନ୍‌ରେ ମଧ୍ୟ ରହିଥିବା ଜଣାପଡିଛି । ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଆଇପିଏସ୍ ଅଫିସର ବୋଥ୍ରାଙ୍କ ଉଦ୍ୟମ ଓ ମାମୁଁର ଭଣଜା ପ୍ରତି ସ୍ନେହ ଆଜି ସ୍ୱସ୍ତିକୁ ଏକ ନୂତନ ଜୀବନ ଦେଇପାରିଲା । ତେବେ ଲକ୍‌ଡ଼ାଉନ୍ କେବେ ସରିବ ତାହା ସଠିକ୍ ନଥିବା ବେଳେ ତେବେ ଏହି ୧୦ ଲିଟର୍ କ୍ଷୀର ସରିବା ପରେ କ’ଣ ହେବ ବୋଲି ଚନ୍ଦନ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ