ପକ୍ଷାଘାତ ରୋଗରେ ପୀଡିତ ବୃଦ୍ଧା କୁ ରାସ୍ତାରେ ଛାଡି ଚାଲିଗଲା ଝିଅ

ଭଂଜନଗର,(ସନ୍ତୋଷ କୁମାର ଜେନା):ପରିଣତ ଅବସ୍ଥା ସାଜିଛି ବାଧକ  ପକ୍ଷାଘାତ ରୋଗରେ ପୀଡିତ  ବୃଦ୍ଦା ମାକୁ ସାହାର ଦେବା ବଦଳରେ ପର କରି ଦେଲା ଝିଅ କିଛି ଦିନ ତଳେ ଘରକୁ ନେଇଥିଲା ସତ କିନ୍ତୁ କାହିଁକି କେଜାଣି ଆଜି ତା ମାକୁ ଆଣି ଭଙ୍ଗା ଘର ଆଗରେ ଖୋଲା ଆକାଶ ତଳେ ଛାଡି ପଳାଇ ନିଦୟ ସାଜିଛି ଝିଅ ଏତିକି ଏକ ଦୁଖ ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଗାମୁଣ୍ଡି ଗ୍ରାମରେ ଲୋକେ ପ୍ରଶାସନ କୁ ଅବଗତ କରୋଇବାରୁ ବି ଡି ଓ ଶ୍ରୀ ଅନିଲ କୁମାର ସେଠି ପହଞ୍ଚି ଚିକିତ୍ସା ପାଇଁ ଭଂଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭତ୍ତି କରିଛନ୍ତି ପରେ ଚିକିତ୍ସା ରେ ଉନ୍ନତି ହେବ ପରେ ତାଙ୍କୁ ଥଇଥାନ କରାଜିବା ବ୍ୟବସ୍ଥା କରୁଥିବା ଶ୍ରୀ ସେଠି କହିଛନ୍ତି।ସୁଚନା ଅନୁଯାୟୀ, ଭଞ୍ଜନଗର ଥାନା ଅର୍ନ୍ତଗତ ଗାମୁଣ୍ଡି ଗ୍ରାମର ବିନାରୀ ନାୟକ ବୟସ ପାଖାପାଖି ୬୫ ହୋଇଥିବା ବେଳେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ପରିବାର କହିଲେ ସ୍ବାମୀ ଜୟ ନାୟକ ସମେତ ଗୋଟିଏ ପୁଅ ଓ ଝିଅ। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ସ୍ବାମୀ ସୁରତ କାମ କରିବା ପାଇଁ ଯାଇଥିବା ବେଳେ ପୁ୍ଅ ମଧ୍ୟ ଦୀର୍ଘ ବର୍ଷ ହେବ ସେଠାକୁ ଯାଇ ଆଉ ଗ୍ରାମକୁ ଫେରି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଖୋଜ ଖବର ନଥିବା ଗ୍ରାମବାସୀ କହିଛନ୍ତି ।ଗାମୁଣ୍ଡି ଗ୍ରାମରେ ବିନାରୀ ନିଜ ଝିଅ ସହ ରହୁଥିଲେ। ସେଠାରେ ସେ ଲୋକଙ୍କ ଜମିରେ ଚାଷ କାମ କରି ଯାହା ପାଉଥିଲେ ସେଥିରେ ମା ଝିଅ ଦୁଃଖ କଷ୍ଟରେ ଲୁଣ ତେଲ କରି ପଟ ଭୋକ ମେଣ୍ଟାଉଥିଲେ। ଏହା ମଧ୍ୟରେ ସେ ଝିଅର ବିବାହ ପାଲକଷଣ୍ଢା ଗ୍ରାମରେ କରିଥିଲେ।ପକ୍ଷାଘାତ ରୋଗ କାରଣରୁ ନିଜ ଶରିର କୁ ବୋହି ବା ବୋଝ ପଲଟିଥିବା ବେଳେ କୌଣସି କାମଧନ୍ଦା କରିବା ସମ୍ଭବ ନୁହେଁ। ନିଜ ନିତ୍ୟ କର୍ମ ସମ୍ପାଦନ କରିବାରେ ଅସହାୟ ହେବା ସହ ଅନ୍ୟ ସାହାରା ହି ସାହା ଭରସା ରେ ଅଶହାୟ ବୃଦ୍ଧା ବଞ୍ଚବି କଷ୍ଟସାଧ୍ୟ ହୋଇପଡିଥିଲା।ଏହି ଅବସ୍ଥା ଦେଖି ଗାଁ ଲୋକେ ସହାୟତାରପାଇଁ ଝିଅକୁ ଖବର ଦେବାପରେ ଝିଅ ତା ମା ଙ୍କୁ ତାର ଘର ପାଲକଷଣ୍ଢା କୁ ନେଇଥିବା ବେଳେ ହଟାତ୍ କାହିଁକି ଏଭଲି ନିଦୟ ସାଜିଲା ତାହା ଏବେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ