ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ରଜ ପର୍ବ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଲୌହଖଣି ଅଂଚଳରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ’ ତରଫରୁ ଗଣ ପର୍ବ ତଥା ଆନନ୍ଦ,ଉତ୍ସାହ,ଖୁସିର ପର୍ବ ତଥା କୃଷି ପର୍ବ ରଜ ପର୍ବ ଏକ ନିଆରା ପ୍ରୟାସରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ଆନନ୍ଦ, ଉଲ୍ଲାସ ପିଠାପଣା, ଦୋଳି , ବାଗୁଡ଼ି, ତାସ ଖେଳରେ ମଜା ନେଉଥିବାବେଳେ ରାଇରଙ୍ଗପୁର ଗୋରୁମହିଷାଣୀ ଅଞ୍ଚଳର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଜିତୁ ପଟ୍ଟନାୟକ ମେମୋରିଆଲ କ୍ରଷ୍ଟ’ ତରଫରୁ ଅନ୍ୟ ଏକ ନିଆରା ପ୍ରୟାସରୃ ପାଳନ କରାଯାଇଛି । କରୋନା ମହାମାରୀ ରେ ଜନୈକ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ସେହିଦିନ ତାଙ୍କର ଏକ ଶିଶୁପୁତ୍ର ଜାତ ହୋଇଥିଲା । ସେ ଛାଡି ଯାଇଥିଲେ ତାଙ୍କ ବିଧବା ପତ୍ନୀ ଏବଂ ଶିଶୁପୂତ୍ରକୁ । ଅତି ଗରୀବ ଓ ଅଭାବୀ ଯୋଗୁଁ ସେମାନେ ବହୁ କଷ୍ଟରେ ଦିନ କାଳାତିପାତ କରୁଛନ୍ତି ।ସେହି ପରିବିରର ଦୁଃଖ ଯାତନା ପ୍ରତି ସମ୍ବେଦନଶୀଳ ହୋଇ ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟରେ ସଦସ୍ୟମାନେ ସେମାନଙ୍କ ନିଜ ସଂଚିତ ଅର୍ଥରୁ ୧୦,୦୦୦ ଟଙ୍କା ସହର ଛୁଆଟେ ପାଇଁ ଡ୍ରେସ, ଜୋତା, ଏବଂ ବିଭିନ୍ନ ପୃଷ୍ଟି କର ଶୁଖିଲା ଖାଦ୍ୟ ସହ ବିଭିନ୍ନ baby care ସାମଗ୍ରୀ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଂଯୋଜକ ଅଭିଳାଷ ପଟ୍ଟନାୟକ, ସହସଂଯୋଜକ ପ୍ରଣେଷ ମଣ୍ଡଳ, ସକ୍ରିୟ ସଦସ୍ୟ ଟୁଲୁ ପଟ୍ଟନାୟକ,ଚନ୍ଦନ ଶି ,ସବାନ୍ ମାରାଣ୍ଡି, ଲକ୍ଷ୍ମଣ ଟୁଡୁ, ଡାକ୍ତର ଟୁଡୁ, ଚିନ୍ମୟ ଦାସ, ଲଖନ୍ ରଣ, ରଶ୍ମିତ ମହାନ୍ତି ,ଗୋବିନ୍ଦ ରଣା, ଦୁଷ୍ମନ୍ତ, ବିକାଶ ମଣ୍ଡଳ, ସଞ୍ଜୟ ଟୁଟି, ମିଥୁନ , ଯତୀନ , ଅମନ୍ ଶର୍ମା, ଆର୍ବଜ,ରାଜା ମହାକୁଡ ଆଦି ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ