ଜିଲାପାଳଙ୍କଠାରେ ଫେରାଦ ହେଲେ କଲ୍ୟାଣପୁରବାସୀ

ବାଲେଶ୍ୱର, (ସରୋଜ ପଣ୍ଡା):ବର୍ଷ ବର୍ଷ ଧରି ସୁଲଭ ଖାଉଟି ସାମଗ୍ରୀରୁ ବଞ୍ଚିତ ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ପିଡିଏସ ରିଟେଲର ଏକାଧିକ ପଡ଼ିକାର୍ଡ଼ ହିତାଧିକାରୀଙ୍କୁ ୩ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରେସନ ଦେଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତାଲିକାରୁ ନାମ କଟି ଯାଇଥିବା କହି ରିଟେଲର ସେମାନଙ୍କୁ ବୁଝାଇ ଦେଉଛି ବୋଲି ହିତାଧିକାରୀମାନେ ସୂଚନା ଦେଇଛନ୍ତି । ତେବେ କେତେକ ପରିବାର ସ୍ଥାନୀୟ ୱାର୍ଡ଼ସଭ୍ୟ ତଥା ଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା ତନାଘନା କରିବା ସହ ବ୍ଲକ ଏମଆଇଙ୍କୁ ଭେଟିଥିଲେ । ହିତାଧିକାରୀ ପରିବାର ଆଉ ରେସନ ନେବେ ନାହିଁ ବୋଲି ଖାଦ୍ୟ ସୁରକ୍ଷା ୱେବ ସାଇଟିରେ ଗତ ୨ମାସ ପୂର୍ବରୁ କାର୍ଡ଼ ପଇଠ କରିଦେଇଥିବା ଏମଆଇ ସେମାନଙ୍କୁ କହିଥିଲେ । ତେବେ୨ ମାସ ପୂର୍ବରୁ ତାଲିକାରୁ ତାଙ୍କ ନାମ କେମିତି କଟିଲା ଓ ପୂର୍ବ ୨ବର୍ଷରୁ ଅଧିକ କାଳ ରେସନ କିଏ ଉଠାଇଛି ବୋଲି ସମ୍ପୃକ୍ତ ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି । କଲ୍ୟାଣପୁର ଅଞ୍ଚଳର ରିଟେଲରଙ୍କ କଳାକାରନାମାକୁ ନେଇ ହିତାଧିକାରୀମାନେ ପୂର୍ବରୁ ଜିଲା ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଯୋଗୁଁ ଆଜି ଜିଲାପାଳଙ୍କଠାରେ ଫେରାଦ ହୋଇଥିବା ସେମାନେ କହିଛନ୍ତି । ଜିଲାପାଳ ଯଦି କିଛି ନ ବୁଝନ୍ତି, ତାହାଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି । ବାମପନ୍ଥୀ ନେତା ପ୍ରେମରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଖୁକ ସିଂକଟିନ ସିଂ, ସସ୍ମିତା ସିଂ, ଲକ୍ଷ୍ମୀ ସିଂ ମଞ୍ଜୁଲତା ସିଂ ପ୍ରମୁଖ ପଡ଼ିକାର୍ଡ଼ଧାରୀଙ୍କ ସମେତ କଲ୍ୟାଣପୁର ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ