ଜିଲା କଂଗ୍ରେସ କମିଟି କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କଂଗ୍ରେସ ଭବନରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ସଞ୍ଜୀବ କୁମାର ଗିରି ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ସଭାପତି ସୁଦର୍ଶନ ଦାସ, ଭୋଗରାଇ ନେତା ସତ୍ୟଶିବ ଦାସ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ବିଜନ ନାୟକ ଓ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପ୍ରଫେସନାଲ କଂଗ୍ରେସ ରାଜ୍ୟ ସଭାନେତ୍ରୀ ମମତା କୁଣ୍ଡୁ, ଭଦ୍ରକ ସଂସଦୀୟ କ୍ଷେତ୍ର ନେତ୍ରୀ ମଧୁସ୍ମିତା ପଣ୍ଡା, ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷା ଜ୍ୟେତ୍ସ୍ନା ସେନାପତି ପ୍ରମୁଖ ଏଥିରେ ଯୋଗଦେଇ ଦଳୀୟ ୪ସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା, ନୂତନ ସଦସ୍ୟ ସଂଗ୍ରହ ଅଭିଯାନକୁ ଆଗକୁ ନେବା, ଆସନ୍ତା ୧୨ ତାରିଖରେ ହେବାକୁ ୬ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବା ଏବଂ ଆସନ୍ତା ୨୦ ତାରିଖରେ ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ବାଲେଶ୍ୱର ଗସ୍ତ ସମ୍ପର୍କରେ ନେତାମାନେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାରଙ୍କ ଉଦାସୀନତା ବିରୋଧରେ ଜନସଚେତନତା ବ୍ୟାପକ କରିବାକୁ ସେମାନେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୧୨ ତାରିଖ ପ୍ରଦେଶ କଂଗ୍ରେସ କମିଟିର ଓଡ଼ିଶା ବନ୍ଦ ଡାକରା ବାଲେଶ୍ୱର ଜିଲାରେ ସଫଳ କରିବାକୁ କର୍ମୀମାନଙ୍କୁ ଏହି ବୈଠକରେ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ବାଲେଶ୍ୱର ଜିଲା ମହିଳା କଂଗ୍ରେସର ନବ ନିର୍ବାଚିତ ସଭାନେତ୍ରୀ ପ୍ର୍‌ଜ୍ଞାପରାମିତା ମହାନ୍ତିଙ୍କୁ ନୂତନ ଦାୟିତ୍ୱ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଜେନା, ଆଶିଷ ପାତ୍ର, ଅଜୟ ଦ୍ୱିବେଦୀ, ଜୟକୃଷ୍ଣ ବେହେରା, ରାଜୀବ ପରିଡ଼ା, ମନୋରଞ୍ଜନ ପଣ୍ଡା, ତରୁଣ ଦାସ, ଶରତ ଦାସ । ଟାଉନ ସଭାପତି ଉପେନ୍ଦ୍ର ବେହେରା, ରାଜେନ୍ଦ୍ର ମହାନ୍ତି, ଜିଲା କଂଗ୍ରେସ କମିଟି ଉପ-ସଭାପତି ଗୋପୀନାଥ ପାଢ଼ୀ,ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଭୋଗରାଇ ସମିତି ସଭ୍ୟ ସନ୍ତୋଷ ଜେନା, ଗୋପବନ୍ଧୁ ମହାପାତ୍ର, ଜିଲା କଂଗ୍ରସେ କମିଟି ସାଧାରଣ ସମ୍ପାଦକ ନଳିନୀ ରଞ୍ଜନ ଦାସ, ଦେବଦତ୍ତ ଦାସ, ତୁଷାରକାନ୍ତ ତପସୀ, ହେମନ୍ତ ଗିରି, ବାସନ୍ତୀ ସାମଲ, ଜିଲା କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ସାହୁ, ସମ୍ପାଦକ ଚିତ୍ତରଞ୍ଜନ ନାୟକ, ପଶୁପତି ଉପାଧ୍ୟୟ, ଅଣସଙ୍ଗଠିତ ଶ୍ରମିକ କଂଗ୍ରେସ ଜିଲା ସଭାପତି ବିକାଶ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥଲେ । ସୁଧାଂଶୁ ଶେଖର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ