ଜିଲ୍ଲାପାଳଙ୍କୁ ନ୍ୟାୟ ଭିକ୍ଷା କଲେ ସୁରତରୁ ଗଞ୍ଜାମ ଆସିଥିବା ଯୁବତୀ
ଛତ୍ରପୁର (ଦେବଦତ୍ତ ମହାରଣା): ସୁୂଦୁର ଗୁଜରାଟ ର ସୁରତ ନିକଟସ୍ଥ ଆମୋରୋଲି ଅଂଚଳର ଯୁବତୀ ପ୍ରେମରେ ଧୋକ୍କା ଖାଇ ଗଞ୍ଜାମ ଜିଲ୍ଲା ଆସି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଥମେ କବିସୂର୍ଯ୍ୟନଗର ଥାନାରେ ଏତାଲା ଦେବା ପରେ କୌଣସି ସୁଫଳ ନ ମିଳିବା ପରେ ଗତ ୭ ତାତିଖ ଦିନ ଗଞ୍ଜାମ ଏସପ୍ରିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଯୁବତୀ ଜଣକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ତାଙ୍କ ସହ ଘଟିଥିବା ସମସ୍ତ ବିଷୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନା ଥାଉ କି, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୁର୍ଯ୍ୟନଗର ବଡଆଗୁଳ ଅଂଚଳର ଯୁବକ ଅରେନ୍ଦ୍ର କରଣ ସୁରଥ ନିକଟ ଆମୋରୋଲି ଅଂଚଳର ପ୍ରେମିକାଙ୍କ ସହ ଦୀର୍ଘ ୫ ବର୍ଷ ଧରି ସମ୍ପର୍କ ରଖିଥିଲେ । ସେଠାରେ ତାଙ୍କୁ ବିବାହର ପ୍ରତିଶୃତୀ ଦେଇ ତାଙ୍କ ସହ ଅନ୍ୟତ୍ର ରହିବା ସହିତ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ପରେ ପ୍ରେମିକ ଅରେନ୍ଦ୍ର ସେଠାରୁ ଲୁଚି ଗଞ୍ଜାମ ପଳେଇ ଆସିଥିଲେ । ନିଜ ପ୍ରେମିକ ଅରେନ୍ଦ୍ରଙ୍କ ଅନ୍ୟତ୍ର ବିବାହ ସୂଚନା ପାଇ ପ୍ରେମିକା ପ୍ରେମିକ ଅରେନ୍ଦ୍ରକୁ ଖୋଜି ଖୋଜି ପ୍ରେମିକଙ୍କ ଗ୍ରାମରେ ପହଂଚିଥିଲେ । କବିର୍ସର୍ଯ୍ୟନଗର ଥାନାରେ ଏନେଇ ଅଭିଯୋଗ କଲା ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ସେ ଗତ ୭ ତାରିଖ ଦିନ ଗଞ୍ଜାମ ଅତିରିକ୍ତ ଏସପି ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ସେ ଛତ୍ରପୁର ଆସିଥିବା ବେଳେ ଅସୁସ୍ଥ ହୋଇପଡିବାରୁ ସେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଆଜି ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପ୍ରେମିକା । ତେବେ ପ୍ରେମରେ ଧୋକ୍କା ଖାଇଥିବା ଏହି ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।