ତିର୍ତୋଲରେ ହାବିଟାଟ ଫର ହ୍ୟୁମାନିଟି ଅନଲାଇନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ) :ତିର୍ତ୍ତୋଲ ଅଞ୍ଚଳର ସାମାଜିକ ସଂଗଠନ ହାବିଟାଟ ଫର ହ୍ୟୁମାନିଟି ର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଗୁଗଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ସଭାପତି ହେମନ୍ତ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ପୂର୍ବର ବର୍ଷର ବିବରଣୀ ସହିତ ଆଗାମୀ ବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।ଏହି ବର୍ଷ ଆର୍ଥିକ ଅନଗ୍ରସର ବର୍ଗଙ୍କ ପିଲା ମଧରୁ ୨ଜଣକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯିବା ସହିତ ସେମାନେ ଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ସଂଗଠନ ବହନ କରିବ । ଯେଉଁ ଛାତ୍ର ଛାତ୍ରୀ ୭୦% ପ୍ରତିଶତ ରୁ ଅଧିକ ରହିଛନ୍ତି ଓ ଆର୍ଥିକ ଅନଗ୍ରସର ସେମାନେ ସଂଗଠନ ର ସମ୍ପାଦକ ଶୁଭାଶିଷ ମହାପାତ୍ରଙ୍କ ଫୋନ ନମ୍ବର – 9937454798 ରେ ଯୋଗାଯୋଗ କରିବେ ବୋଲି ସ୍ଥିର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ