ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ କୋଭିଡ ମୁକାବିଲା ପ୍ରସ୍ତୁତି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜିଲ୍ଲାପାଳ ଭାବେ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିବା ପରେ ସର୍ଵପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଗୁରୁବାର ସମୀକ୍ଷା କରିଛନ୍ତି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସଭାକକ୍ଷ ପରିସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆହୁତ ହୋଇଥିଲା। ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ସ୍ୱାସ୍ଥ୍ୟ,ଗ୍ରାମ୍ୟ ବିକାଶ,ରାସ୍ତା ଓ କୋଠାବାଡ଼ି,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ,ଡ୍ରେନେଜ, ଜାତୀୟ ରାଜପଥ ପ୍ରକଳ୍ପ, ଟିପିଏସଓଡିଏଲ ଆଦି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀ ସହ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ଗୁଡିକ କିଭଳି ଭାବେ ସାଧାରଣ ଜନତାଙ୍କ ସେବାରେ ଉପଯୋଗୀ ହୋଇ ପାରିଛି ଏବଂ ସାଧାରଣ ଲୋକ କିପରି ଉପକୃତ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ଓ ଏହାର ଆସୁ ସମାଧାନ ସହ ଶୀଘ୍ର କାର୍ଯ୍ୟ ସାରିବା ଉପରେ ସେ ପରାମର୍ଶ ଦେଇଥିଲେ।ବିଶେଷତଃ ଲୋକଙ୍କ ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପରେ ଜିଲ୍ଲାପାଳ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ଅଧିକ୍ଷକ ଓ ବିଭାଗୀୟ ଡାକ୍ତରଙ୍କ ସହ ରୋଗୀ ସେବା ଏବଂ କୋଭିଡ ପରିଚାଳନା ସକାଶେ ଆବଶ୍ୟକୀୟ ପ୍ରସ୍ତୁତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।କୋଭିଡ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ରେପିଡ଼ ଆକ୍ସନ ଟିମ, ଆରଟିପିସିଆର ଟେଷ୍ଟ, ଆଇସଲେସନ ୱାର୍ଡ ଆଦି ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା,ଡଃ ଦୟାସିନ୍ଧୁପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା,ଶେରଗଡ଼ ଭାରପ୍ରାପ୍ତ ବିଡ଼ିଓ ଡଃ ମନୋରଞ୍ଜନ ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ଯନ୍ତ୍ରୀ ଉମା ଚରଣ ପାଢି, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ, କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିଦ୍ୟୁତ୍ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ, ଗ୍ରାମ୍ୟ ବିକାଶ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦୟନାଥ ଖଟୁଆ, ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶ,ପିଏଚଇଓ ସୁଦର୍ଶନ ବେହେରା, ଡ୍ରେନେଜ ବିଭାଗୀୟ ଯନ୍ତ୍ରୀ ଏସ ଶେଖର, ଗୋକୁଳ ଚନ୍ଦ୍ର ପାଳଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।


