ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ
କେନ୍ଦ୍ରାପଡା – ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି ସ୍କୁଲର ଭିତ୍ତିଭୂମି ଅନୁଧ୍ୟାନ କରିଥିବା ଦେଖାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଗଠନକୁ ଦୀର୍ଘ ୩୫ବର୍ଷ ବିତିଯାଇଥିଲେ ମଧ୍ୟ ସ୍କୁଲର ଭିତ୍ତିଭୂମିର ଆବଶ୍ୟକ ପରିବର୍ତ୍ତନ ହୋଇନଥିବା ବେଳେ ସ୍କୁଲର କବାଟ,ଝରକା,ପଙ୍ଖା ନଥିବା ଅସୁରକ୍ଷିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ପରିର୍ଦନ ସମୟରେ ଦେଖି ଜିଲ୍ଲାପାଳ ଶ୍ରୀ ବର୍ମା ଆବଶ୍ୟକ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଛୁଟିଦିନ ସତ୍ୱେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଏହି ସ୍କୁଲ ପରିଦର୍ଶନ ସମୟରେ ଚକ୍ରୋଡା ସରପଂଚ ବସନ୍ତ କୁମାର ରାଉତ,ସ୍କୁଲର ପ୍ରତିଷ୍ଠାତା ସଦସ୍ୟ,ପ୍ରାକ୍ତନ ଶିକ୍ଷକ ଓ ବର୍ତ୍ତମାନର ଶିକ୍ଷକ,ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍କୁଲର ଐତିହ୍ୟ ଓ ଗୈାରବକୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ପୁରୁଷୋତ୍ତମ ସାହୁ, ବାନାମ୍ବର ସାହୁ, ଭାଗିରଥୀ ଜେନା, ନିରଞ୍ଜନ ରାଉତ, ଗୈାରାଙ୍ଗ ଚରଣ ମଣ୍ଡଳ, ଶଶୀକାନ୍ତ ମଣ୍ଡଳ,ଜୀତେନ୍ଦ୍ର ଦାସ, ରମାକାନ୍ତ ମହାନ୍ତି, ରତିକାନ୍ତ ସାମଲ, ବିକାଶ ଦଳାଇ, ମାନସ ମହାନ୍ତି, ଆକାଶ ମହାନ୍ତି,ନିରଞ୍ଜନ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ୩୫ବର୍ଷ ମଧ୍ୟରେ କୈାଣସି ଜିଲ୍ଲାପାଳଙ୍କ ଏହା ପ୍ରଥମ ସ୍କୁଲକୁ ଗ୍ରସ୍ତ ହୋଇଥିବାରୁ ସ୍ଥାନୀୟ ଅଚଂଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି ।


