ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଂଚାୟତ ପ୍ରତିନିଧି ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ୧୧ ଗୋଟି ପଂଚାୟତର ପ୍ରତିନିଧି ମାନଙ୍କୁ ବ୍ଲକପ୍ରଶାସନ ପକ୍ଷରୁ ବିଭିନ୍ନ କାମରେ ଅସହଯୋଗ କରାଯାଉଥିବା ନେଇ ବୁଧବାର ସମସ୍ତ ପଂଚାୟତ ପ୍ରତିନିଧି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଲିଖିତ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଗତ ପଂଚାୟତ ନିର୍ବାଚନ ରେ ବିଜୟ ହାସଲ କରିଥିବା ଡୁମୁକୁମ୍ପା, ବଡ କୋଦଣ୍ଡା, ସାନ କୋଦଣ୍ଡା, ଗୁଣ୍ଡୁରିବାଡି, ବାଉଁଶଲୁଣ୍ଡି, ଡିହପଢାଳ, ଗୋଲାପଡା, ତୁରୁମୁ, ଗାଲେରୀ, ତିଳିସିଙ୍ଗି, ଦଦରାଲୁଣ୍ଡା ପଂଚାୟତର ସରପଂଚ, ସମିତି ସଭ୍ୟ ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବ୍ଲକର ଜିଆରଏସ, ଜେଇ ଓ ପିଇଓ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ମାନେ ଅସହଯୋଗ କରୁଛନ୍ତି । ଯାହା ଫଳରେ ସେମାନଙ୍କ ପଂଚାୟତ ଗୁଡିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନି । ଏନେଇ ସେମାନେ ଭଞ୍ଜନଗର ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇନାହିଁ । ଯାହା ଫଳରେ ସେମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ପଂଚାୟତ ପ୍ରତିନିଧି ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ