ଜିଲ୍ଲାପାଳଙ୍କ ନାଉଗାଁକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ନାଉଗାଁ : ଆଜି ଅପରାହ୍ନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଚାନକ ନାଉଗାଁ ଆସି ଗଂଗଦାହାଟ ଦେଇ ମାଛଗାଁ ଆଡକୁ ଗ୍ରସ୍ତ କରିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଗ୍ରସ୍ତକୁ ନେଇ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ପଂଚାୟତରେ ଗୁଡିକରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ । ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟଭିତିକ ଆବଶ୍ୟକ ମୁତାବକ ସାମଗ୍ରୀ ନ ଥିବା ଦେଖି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ଏଥିରେ ବ୍ଲକ ଆକାଉଂଟାଟ, ଜିପିଇଓ ଦିନେଶ କୁମାର ରାୟ, ବରିଷ୍ଠ କିରାଣୀ ସିର୍ଦ୍ଧାଥ ଦାସ ପ୍ରମୁଖ ସାମିଲ ଥିଲେ ।


