ଜିଲ୍ଲାପାଳଙ୍କ ନାଉଗାଁ ଅଂଚଳର ନଦୀବନ୍ଧ ଓ ବନ୍ୟାଂଚଳ ପରିଦର୍ଶନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ଗୁରୁବାର ନାଉଗାଁ ବ୍ଳକଗ୍ରସ୍ତ କରି ଦେବୀନଦୀ ବନ୍ଧ ଓ ବନ୍ୟାଂଚଳ ବୁଲି ଦେଖିଥିଲେ । ପ୍ରଥମେ ଦେବୀନଦୀର ତୁମ୍ବେଶ୍ୱର ବନ୍ଧକୁ ବୁଲି ଦେଖିବା ପରେ ବନ୍ୟା ପ୍ରଭାବିତ ବଛାଳୋ ପଂଚାୟତର ପୋକାମୂଳ ଓ ବ୍ରାହ୍ମଣୀଗାଁକୁ ଯାଇଥିଲେ । ସେଠାରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ ରିଲିଫି ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସମେତ ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ରଶ୍ମୀରଂଜନ ଦାସ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପରିଡା ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ