ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କଲେ ସୂଚନାଧିକାର କର୍ମୀ
କଟକ,(ଦୀପକ୍ କୁମାର ବେଉରା): ଆର ଟି ଆଇ ରେ ତଥ୍ୟ ଦେବାରେ ବିଳମ୍ବ କରିବା ଅଭିଯୋଗ ଆଣି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କଲା ସୂଚନା ଅଧିକାର କଟକ ଜିଲ୍ଲା ଶାଖା। ସଂଗଠନର ଅଭିଯୋଗ ଅନୁସାରେ କୋଭିଡ ୧୯ ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ନିର୍ମାଣ ଶ୍ରମିକ କଲ୍ୟାଣ, କ୍ଵରେଣ୍ଟାଇନ କେନ୍ଦ୍ର ର ନିର୍ମାଣ ଓ ରିଲିଫ ବଣ୍ଟନ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ। ହେଲେ ଏହି ଅନୁଦାନ ବାଟମାରଣା ହୋଇଥିବାର ଅଭିଯୋଗ କଲା ସୂଚନା ଅଧିକାର । ଏହା ସହ ଆର ଟି ଆଇ ରେ କଟକ ଜିଲ୍ଲା ପ୍ରଶାସନ କୁ ସମସ୍ତ ତଥ୍ୟ ମଗାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୩ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ତଥ୍ୟ ନମିଳିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ସୂଚନା ଅଧିକାର କର୍ମୀ ମାନେ। ଯଦି ୧୫ ଦିନ ଭିତରେ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ପ୍ରଶାସନ ନଦିଏ ତେବେ ଆମରଣ ଅନଶନ ରେ ବସିବା ପାଇଁ ଚେତାବନୀ ଦେଇଛି ସଂଗଠନ।


