ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ବିଜେପି ର ଧାରଣା ପ୍ରତ୍ୟାହୃତ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତି ରେ ଅନିୟମିତତା ର ପ୍ରତିବାଦ କରି ନିମାପଡ଼ା ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ପାଞ୍ଚଦିନ ଧରି ଗଣ ଧାରଣା ଦିଆଯିବା ପରେ ଆଜି ପୁରୀ ଜିଲ୍ଲାପାଳ ଙ୍କୁ ପ୍ରତିଶ୍ରୁତି ପରେ ଦଳ ପକ୍ଷରୁ ଧାରଣା କୁ ପ୍ରତ୍ୟାହୃତ କରାଯାଇଛି। ନିମାପଡା ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ମାନସ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ଗଣଧାରଣା ରେ ଆଜି ବିଜେପି ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା,ବିଜେପି ର ଯୁବ ନେତୃତ୍ୱ ଦିଲ୍ଲୀପ ନାୟକ,ବିଧାନସଭା ସଂଯୋଜକ ପ୍ରଦୀପନାୟକ,ପୂର୍ଣ୍ଣଚନ୍ଦ୍ର ଓଝା ଯୋଗ ଦେଇ ଆନ୍ଦୋଳନ ପଞ୍ଚମ ଦିନରେ ବି ପ୍ରଶାସନିକ ଉଦାସୀନତା କୁ ନିନ୍ଦା କରିଥିଲେ।କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ ଘର କେନ୍ଦ୍ର ସରକାର ଦେଉଥିଲା ବେଳେ ନିମାପଡା ବ୍ଲକ ରେ ଏହାର ଘୋର ପାତର ଅନ୍ତର ହେଉଛି । ପ୍ରଧାନମନ୍ତ୍ରୀ ମାଗଣା ଚାଉଳ ଗରିବଙ୍କୁ ଦେବା ପାଇଁ ଘୋଷଣା କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ ।ପଲିଥିନ ତଳେ ଶୀତରେ ଲୋକ ଥରୁଛନ୍ତି ।ତାଲିକା ରେ ଯୋଗ୍ୟ ହିତାଧିକାରୀ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ତାଲିକା ର ଶୀର୍ଷ ସ୍ଥାନ ରେ ଅଛନ୍ତି ।ଭାରତୀୟ ଜନତା ପାର୍ଟି ଦୀର୍ଘ ୫ଦିନ ହେବ ଗଣଧାରଣା ରେ ବସି ରହିଥବା ବେଳେ ଆଜି ଜିଲ୍ଲାପାଳ କଥା ହୋଇ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ଦେବା ପାଇଁ ଅନୁରୋଧ କରିଥିଲେ ।୧୫ ଦିନ ମଧ୍ୟରେ ବିଜେପି ର ୬ ଦଫା ଦାବି କୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ବିଡିଓ ଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଗଣଧାରଣା କୁ ସ୍ଥଗିତ କରାଗଲା ବୋଲି ବିଜେପି ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିଲେ।ଦାବି ପୂରଣ ନ ହେଲେ ପୁଣି ବିଜେପି ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଥିଲେ।ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ ପଣ୍ଡା,ମଣ୍ଡଳ ସଭାପତି ଜଚିନ୍ଦ୍ର ସ୍ଵାଇଁ, କୃଷ୍ଣଚନ୍ଦ୍ର ସ୍ଵାଇଁ, ନିରଞ୍ଜନନାୟକ,ରାଜକିଶୋର ନାୟକ, ସୌଦାମିନୀ ସେନାପତି, ଜିଲ୍ଲା ମହିଳାମୋର୍ଚା ସାଧାରଣ ସମ୍ପାଦିକା ମିନଲତା ମହାନ୍ତି, କଳ୍ପନା ଜେନା, ସମିତି ସଭ୍ୟା ତିଳୋତ୍ତମା ବାରିକ,ସଇଁସ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସ୍ୱପ୍ନ କୁମାର ମିଶ୍ର, ଅର୍ଜୁନ ବରାଳ,ପ୍ରଭାତ ବିଶ୍ୱାଳ, ବାସୁଦେବ ବେହେରା, ରାହୁଲ ନାୟକ, ନିରଞ୍ଜନ ନାୟକ, ଦିଲ୍ଲୀପ ପରିଡା,ସନ୍ତୋଷ ପରିଡା ପ୍ରମୂଖ ଯୋଗ ପ୍ରମୁଖ ଏହି ଗଣଧାରଣା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ