ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ ଉପରେ ଭିଜିଲାନ୍‌ନ୍ସ ଚଢ଼ାଉ

ଜୟପୁର,(ଓ୍ୱାଇଏନ୍‌ଏସ୍‌):ଜୟପୁର ଭିିଜଲାନ୍ସ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡି ଉପରେ ଭିିଜଲାନ୍ସର ଚଢ଼ାଉ ,ସେ ଜୟପୁରରୁ ଭୁବନେଶ୍ୱର ଏକ ଭଡା ଗାଡି ରେ ଯାଉଥିଲେ। ଜୟପୁର କୋରାପୁଟ ରାସ୍ତାର ଦେଓଘାଟି ନିକଟରେ କୌଣସି ସୂତ୍ରରୁରୁ ଖବର ପାଇ ଭିଜିଲାନ୍ସ ତାଙ୍କ ଗାଡି ଉପରେ ଚଢ଼ାଉ କରିଥିଲା। ଗାଡ଼ିରେ ତାଙ୍କ ନିକଟରୁ 11ଲକ୍ଷ ୭୩ ହଜାର ୪୩୦ ଟଙ୍କା ଜବତ କରାଯାଇଛି । ସେ ଜଇଁଟ ଡାଇରେକ୍ଟର ଓଫ ଏଗ୍ରିକଲଚର୍ ପୋଦୋନୁତି ପାଇ ଭୁବନେଶ୍ବର ଯାଉଥିଲେ। ବର୍ତ୍ତମାନ ତାଙ୍କ ଭୁବନେଶ୍ୱର ସ୍ଥିତ ଶୈଳସ୍ରି ବିହାର ଘର ଉପରେ ଚଢ଼ଉ ଜାରୀ ରହିଛି।ଏହି ଟଙ୍କା ର କୌଣସି ସୂଚନା ନ ଦେଇଥିବା କଥା ଏସପି ଶଶି ଶେଖର ମହାପାତ୍ର କୋହିଛନ୍ତି। ତାଙ୍କବଦଳି ହେଉଥିବା ବେଳେ ସେ ରିଲିଫ ହୋଇ ଭୁବନେଶ୍ୱର ଯିବା ବେଳେ ତାଙ୍କୁ ଭିଜିଲାନ୍ସ ଛୋଡଉ କରିଥିବା ବେଳେ ପ୍ରଦୀପ ଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟଳୟ ରେ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛନ୍ତି। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ଏସପି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ