ଜିଲ୍ଲାରେ ବନ୍ଦ ହେଲା କୋଭିଡ ହସପିଟାଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶ୍ୱ ମହାମାରୀ କରୋନା ସଂକ୍ରମଣ ବେଳେ ଜନ ସାଧାରଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଖୋଲା ଯାଇଥିବା ୩ଟି ସ୍ୱତନ୍ତ୍ର କୋଭିଡ ହସପିଟାଲକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଛତା ପଲିଟେକନିକ ଓ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଏହି ସ୍ୱତନ୍ତ୍ର କୋଭିଡ ହସପିଟାଲ ଗୁଡିକ ଯୁଦ୍ଧକାଳୀନ ଭିତିରେ ସ୍ଥାପନ କରାଯାଇ କରୋନା ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ଏବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୁନ୍ୟ ସ୍ତରରେ ପହଞ୍ଚିଥିବାରୁ ଏହି ସ୍ୱତନ୍ତ୍ର କୋଭିଡ ହସପିଟାଲ ଗୁଡିକୁ ବନ୍ଦ କରିଦିଆଯାଇଛି । ଏଥି ସହ ସେହି ହସପିଟାଲ ଗୁଡିକରେ ଥିବା ସମସ୍ତ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ଉପକରଣ, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏହି ସାମଗ୍ରୀ ଓ ଉପକରଣ ଗୁଡିକୁ ଶ୍ୟାମଗୁଡିଆଠାରେ ଖୋଲା ଯିବାକୁ ଥିବା କୋଭିଡ ୟୁନିଟରେ ବ୍ୟବହାର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନୀତା ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ