ରଞ୍ଜିତାକୁ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଅନୁସୂଚିତ ଜନଜାତି ସମ୍ପ୍ର୍ରଦାୟର ଛାତ୍ରୀ ରଞ୍ଜିତା ନାୟକ ମାଟ୍ରିକ ପାସ କଲାପରେ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷା ଲାଭ କରିନପାରି ଘରେ ବସି ରହିଥିଲେ । ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ବାପା ମା ଛେଉଣ୍ଡ ଝିଅକୁ ଅଧିକ ପାଠ ପଢାଇବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରି ତାକୁ ଡକାଇ ଭୁବନେଶ୍ୱରରେ ଥିବା ଏକ ଆବାସିକ ବିଶ୍ୱ ବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ଦେଇଛନ୍ତି । ପେଟଛେଲା ପଞ୍ଚାୟତର ଲୁଣମାଠିଆ ଗ୍ରାମର ଝିଅ ରଞ୍ଜିତା ନାୟକଙ୍କୁ କଲେଜରେ ନାମ ଲେଖା ଯିବା ସହିତ ତାକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି ।


