ଜିଲ୍ଲାରେ ବୁଲିଲା ବାଲ୍ୟ ବିବାହ ସଚେତନତା ରଥ

ଛତ୍ରପୁର, (ପ୍ରଶାନ୍ତ ମହାରଣା): ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଲ୍ୟ ବିବାହ କୁ ନିଷେଧ , କନ୍ୟା ଭ୍ରୃଣ ହତ୍ୟା ରୋକିବା , ଶିଶୁ ଓ କନ୍ୟା ମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଶୀଳ ନେବା ସମେତ କନ୍ୟା ଓ ଶିଶୁ ବିଭିନ୍ନ ସୁରକ୍ଷା ନେଇ ତିନୋଟି ସଚେତନତା ରଥ ର ଆଜି ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ଭବନ ପରିସର ମଧ୍ୟ ରେ ଏହି ତିନୋଟି ରଥକୁ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ , ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଙ୍କ ସମେତ ବହୁ ବ୍ଲକ ସିଡିପ୍ଖସ ମାନେ ଉପସ୍ଥିତ ରହି ଏହାକୁ ଉଦଘାଟନ କରାଯାଇଛି । ଏହି ତିନୋଟି ରଥ ବ୍ରହ୍ମପୁର, ଛତ୍ରପୁର ଓ ଭଂଜନଗର ସବଡିଭିଜନ ସପ୍ତାହ ଧରି ବିଭିନ୍ନ ସ୍ଥାନ ପରିକ୍ରମା କରି ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା କରାଯିବା । ବେଟି ବଚାଓ ଓ ବେଟି ପଢାଓ ଉପରେ ମଧ୍ୟ ଫୋକସ୍ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସୁଦାମ ପାଣିଗ୍ରାହୀ ଓ ଶିବ ପ୍ରସାଦ ରଥ ପ୍ରମୁଖ ପରିଚାଳାନାରେ ସହ ଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ