ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ସାଂଗଠନିକ ବୈଠକ ଯୋଗଦେଲେ ମୁଖ୍ୟ ପର୍ଯ୍ୟବେକ୍ଷକ
ଛତ୍ରପୁର, (ଦେବଦତ୍ତ ମହାରଣା):ପୂର୍ବତନ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ରେ ଥିବା ଦେବୀ ପ୍ରସାଦ ମିଶ୍ର ଆଜି ଗଞ୍ଜାମ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ସାଂଗଠନିକ କୁ ଅଧିକ ସୁଦୃଢ କରିବା ନିମନ୍ତେ ଅନୁଷ୍ଠିତ ବୈଠକରେ ଯୋଗଦେଇ ନିର୍ବାଚନ ମଣ୍ଡଳୀର ସମସ୍ତ ବର୍ଗର ଆଗ ଧାଡିର ନେତା ଓ କର୍ମୀ ମାନଙ୍କୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ଦଳୀୟ ପାର୍ଥୀ ମାନଙ୍କୁ ଶତ ପ୍ରତିଶତ ବିଜୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ସେ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଓ ଲୋକାଭିମୁଖି ଯୋଜନାର ସଫଳ ରୂପାୟନ ସଂପର୍କରେ ଜନ ସାଧାରଣଙ୍କୁ ଜଣାଅ । ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ରଣନିତି ପ୍ରସ୍ତୁତ ସହ ସେପ୍ଟେମ୍ବର ମାସ ସୁଦ୍ଧା ଜୋନ ସ୍ତରୀୟ ଏବଂ ପଂଚାୟତ ସ୍ତରୀୟ ୱାର୍ଡ କମିଟି ଗଠନ କରାଯାଉ ବୋଲି ସେ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଡଃ. ରମେଶ ଚନ୍ଦ୍ର ଚ୍ୟାୟ ପଟ୍ଟନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଏମ୍ ସୁଜାତା ପାତ୍ର, ଯୁବ ବିଜେଡିର ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ, ଛାତ୍ର ବିଜେଡିର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ରାଜ୍ୟ ଛାତ୍ର ବିଜେଡିର ସମ୍ପାଦକ ବିମଳ କୁମାର ପଣ୍ଡା ଓ ରାମହରି ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଜଂୟ ରେଡ୍ଡି, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ ଓ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧୀ ଲକ୍ଷ୍ମୀ ଚରଣ ପାଢୀ, ଜି.ପାପା ରାଓ ଓ ସୁଧୀର କୁମାର ପାଢି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ବିଜେଡି ଜିଲ୍ଲା ଉପସଭାପତି ସୁରଥ ପ୍ରଧାନ ଓ ସଞ୍ଜିବ ପାଣିଗ୍ରାହୀ, ଭଗବାନ ଗନ୍ତାୟତ, ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, , ପୂର୍ବତନ କାଉନସିଲର ବି.ରାଜିବାବୁ, ରାଜେଶ କୁମାର ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଛତ୍ରପୁର ଏନଏସିର ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡି, ଆର .ସନ୍ତୋହ ରେଡ୍ଡୀ, ଅଟଳ ବିହାରୀ ପଟ୍ଟନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଜୟଦେବ ଲେଙ୍କା, ବି.ଚନ୍ଦ୍ର ମଣି ପାତ୍ର, ସନମୁଖ ପଟ୍ଟନାୟକ, ଟିକିନା ଗୈାଡ , ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଆଗ ଧାଡିର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।