ଜିଲ୍ଲାସ୍ତରୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର):ବାରିପଦା ସ୍ଥିତ ଶରତ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି. ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ଶିକ୍ଷା ଶିବିରକୁ ଉଦଘାଟନ କରିଥିଲେ. ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ଯୋଗ ଦେଇଥିଲେ. ରାଜ୍ୟସ୍ତରୀୟ ଅଲମ୍ପିକ ପ୍ରଶିକ୍ଷକ ଭାବେ ପ୍ରକାଶ ବେହେରା, ଦେବାଶିଷ ଦେ, ଲକ୍ଷ୍ମୀପ୍ରିୟା ପ୍ରଧାନ ଯୋଗଦେଇ ଅଲମ୍ପିକ କ୍ରୀଡାର ତିନୋଟି ମୂଲ୍ୟବୋଧ ଉପରେ ଶିକ୍ଷା ଦାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ୨୫ଟି ବିଦ୍ୟାଳୟରୁ ଦୁଇ ଜଣ ଲେଖାଏଁ ଶିକ୍ଷକଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ. କାର୍ଯ୍ୟକ୍ରମ ପରିଚାଳନା ରେ ମନୋରଞ୍ଜନ ମହାନ୍ତ, କ୍ଷୀରୋଦ ବେହେରା, ପ୍ରଦୀପ ଚୌଧୁରୀ,ଆୟୋଜକ ବିଦ୍ୟାଳୟର ପିଇଟି ପ୍ରଦୀପ ମହାନ୍ତ, ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ.