ଜିଲ୍ଲାସ୍ତରୀୟ ମସô୍ୟ ଓ ପ୍ରାଣୀ ସଂପଦ ମେଳା ଉଦ୍ୟାପିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ମସô୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କେନ୍ଦୁଝର ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମସô୍ୟ ଓ ପ୍ରାଣୀ ସଂପଦ ମେଳାର ଉଦ୍ୟାପନୀ ସଭା କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ତଥା ଅନ୍ତିମ ଦିନରେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ,ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ ପ୍ରମୁଖ ଯୋଗଦାନ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ସମ୍ମାନୀତ ଅତିଥି ସାଗରିକା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥ ସ୍ୱାଗତ ଭାଷଣ ଦେବା ସହ ବିଭାଗୀୟ ସରକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ମସô୍ୟ ବିଭାଗର ଉପନିଦେ୍ର୍ଦଶକ ପ୍ରଦୀପ କୁମାର ଦେ ତାଙ୍କ ଅଭିଭାଷଣରେ ବିଭାଗୀୟ ଯୋଜନା ଏବଂ ଆଗାମୀ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥିତ ଅତିଥି ଓ କୃଷକ ବନ୍ଧୁମାନଙ୍କୁ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ଓ ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ ମସô୍ୟ ଓ ପ୍ରାଣୀ ସଂପଦ ମେଳାର ଉପାଦେୟତା ସମ୍ବନ୍ଧରେ ଅଭିଭାଷଣ ଦେଇ ସାଧାରଣ ଚାଷୀବର୍ଗଙ୍କୁ ଏହି କାର୍ଯ୍ୟକ୍ରମରୁ ବୈଜ୍ଞାନିକ ଜ୍ଞାନ କୌଶଳ ଅବଲମ୍ବନ କରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଘସିପୁରା ବ୍ଲକ ସୁଆଁଲୋ ଗ୍ରାମର ଇନ୍ଦୁରେଖା ଜେନାଙ୍କୁ କୁକୁଡା ପାଳନ କ୍ଷେତ୍ରରେ,ହାଟଡିହି ବ୍ଲକ ଅନ୍ତର୍ଗତ ରାଧାନଗର ପାଟଣା ଗ୍ରାମର ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀକୁ କୁକୁଡା ପାଳନ କ୍ଷେତ୍ରରେ,ହାଟଡିହି ବ୍ଲକ ଅନ୍ତର୍ଗତ ଧାନଘର ଗ୍ରାମର ସଶ୍ମିତା ରାଉଳଙ୍କୁ ମାଛ ଚାଷ କ୍ଷେତ୍ରରେ ଏବଂ ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ଗ୍ରାମର ସୁବାସିନୀ ମହାନ୍ତଙ୍କୁ ମାଛ ଚାଷ କ୍ଷେତ୍ରରେ ଅଗ୍ରଣୀ ଚାଷୀ ଭାବରେ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଜିଲ୍ଲା ମୁଖ୍ୟ ମସô୍ୟ ଅଧିକାରୀ ଦେବବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ