ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ବି ସି ଏ କୁ ୫ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ସି ଏ କ୍ଲବ ୨୩. ୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ହାଡିବନ୍ଧୁ କିସ୍କୁ ୫୯ ରନ କରିଥିଵା ବେଳେ ବିପକ୍ଷ ଦଳର ଅଜୁ ମହାନ୍ତ ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଇରଙ୍ଗପୁର ୨୧. ୫ ଓଭରରେ ୫ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଜୟ କୁମାର ୮୮ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଵା ବେଳେ ବିପକ୍ଷ ଦଳର ରୋହନ କୁମାର ସାହୁ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ (ଏ ) ଓ ରାଇରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I