ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର,(ଅନିଲ କୁମାର):ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ସ୍ଥିତ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ , ବ୍ରହ୍ମପୁର ଠାରେ ସୋମବାର ପାରାଲିଗଲ ସ୍ୱେଚ୍ଛାସେବୀ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁ ଉପସ୍ଥିତ ସମସ୍ତ ପାରାଲିଗଲ ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେବାସହ ସେମାନଙ୍କ ଦାୟିତ୍ୱ, ଭୂମିକା ଏବଂ କାର୍ଯ୍ୟକଳାପ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ବରିଷ୍ଠ ଆଇନଜୀବି ଶ୍ରୀ ଟି.କେ ରେଡ୍ଡୀ ଜଣେ ପ୍ରଶିକ୍ଷକ ଭାବରେ ଉପସ୍ଥିତ ରହି ପ୍ରଶିକ୍ଷଣ ରେ ଥିବା ପାରାଲିଗାଲ ସ୍ବେଛାସେବୀମାନଙ୍କୁ ଜଣେ ପି.ଏଲ.ଭି ବା ପାରାଲିଗଲ ସ୍ବେଛାସେବୀ ଭାବେ ଦାୟିତ୍ୱ, କାର୍ଯ୍ୟ କରିବାର ସଠିକ ଦିଗ, କେଉଁ ଆଇନ ବଳରେ କେଉଁ କାମ କରିହେବ, ସମାଜରେ ନିଃଶୁଳ୍କ ଆଇନ ସେବା ପ୍ରଦାନ ର ଧାରାକୁ ବଜାୟ ରଖିବା ପାଇଁ ସଂକଳ୍ପ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିନସ୍ଥ ଆଇନକାନୁନ ବିଷୟରେ ସୁଚାରୁରୂପେ ବୁଝାଇଥିଲେ l ମାନ୍ୟବର ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ବ୍ରହ୍ମପୁର, ଗଞ୍ଜାମ,ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିବା ଶ୍ରୀ ଅରୁଣ ସାହୁ ( ଭିଜିଲାନ୍ସ ଜର୍ଜ ) ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସ୍ବେଛାସେବୀମାନଙ୍କୁ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହେଲେ ତୁରନ୍ତ ଡି.ଏଲ.ଏସ.ଏ ର ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢୋକ୍ତି ଦେଇଥିଲେ l
ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ରୁ ଅଧିକ ପାରାଲିଗାଲ ସ୍ବେଛାସେବୀ ପ୍ରଶିକ୍ଷଣ ନେଇଥିବା ବେଳେ,ସେଥିମଧ୍ୟରୁ କେତେକ ନିଜ ନିଜ କାର୍ଯ୍ୟକଳାପର ଅନୁଭୂତି ବଣ୍ଟନ କରିଥିଲେ l

.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ