ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇ ଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ ୨୬ ଓ ୩୨୬, ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟ, କୋରାପୁଟ ଏବଂ ଜୟପୁରର ବାଇପାସ ରାସ୍ତା, ରେଳବାଇ ପ୍ରକଳ୍ପ, ମୋବାଇଲ ଟାୱାର, ଭାରତମାଳା ଏକ୍ସପ୍ରେସ ହାଇୱେ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା , ଜୟପୁର ଉପ ଜିଲ୍ଲାପାଳ ଆକାଭାରମ ଶସ୍ୟା ରେଡ୍ଡୀ ,କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ବିଧାୟକଙ୍କ ପ୍ରତିନିଧି ସୁମନ୍ତ ପ୍ରଧାନ ପ୍ରମୁଖଙ୍କ ସହ ଜିଲ୍ଲାର ଅନ୍ୟ ଅଧିକରୀମାନେ ଉପସ୍ଥିତ ରହି କେନ୍ଦ୍ରୀୟ ଯୋଜନା ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବୋରିଗୁମ୍ମା ବ୍ଲକରେ ମନରେଗା କର୍ଯ୍ୟରତ ଶ୍ରମିକ ମାନେ ପ୍ରାପ୍ୟ ପାଇ ନ ଥିବା ଏବଂ ପିଏମ କିସାନ ଯୋଜନାର ହିତାଧୀକାରୀ ମାନେ ଅର୍ଥ ପାଇ ନ ଥିବା ବୈଠକରୁ ଜଣାପଡିଥିଲା ବୋଲି ସାଂସଦ ସପ୍ତଗିରି ଉଲାକା କହିଛନ୍ତି।ଉକ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଭାରତମାଲା ରାସ୍ତା ନିର୍ମାଣ ଯୋଗୁଁ ଯେଉଁ ଗ୍ରାମାଞ୍ଚଳ ରାସ୍ତା ଖରାପ ହୋଇ ଯାଇଛି ସେଗୁଡିକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଯୋଗଦେଇ ପରିଚାଳନା କରିଥିବା ବେଳେ ଏପିଡି ଗୌରୀ ଶଙ୍କର ସାହୁ ଓ ମନରେଗା ଡିପିଓ ଜୟନ୍ତ କୁମାର ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ