ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ବିଶୋଇ ବ୍ଲକ ପରିଦର୍ଶନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଗୁରୁବାର ଦିନ ବିଶୋଇ ବ୍ଲକ ଗସ୍ତ କରି ଫେରି ଯାଇଛନ୍ତି ।ବିଶୋଇ ବ୍ଲକର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ ସିର୍କା, ବିଡ଼ିଓ ଶ୍ରୀଯୁକ୍ତ ଭାଗବତ ପ୍ରସାଦ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ର ଗିରି,୩୪ ନମ୍ବର ଜିଲ୍ଲାପରିଷଦ ସଦସ୍ୟଙ୍କ ପ୍ରତିନିଧି ଦିଲିପ ସି,ସମିତି ସଭ୍ୟ କାଣ୍ଡ ମାଝୀ,ସହକାରୀ ଯନ୍ତ୍ରୀ ନାଏକା ବାବୁ,ଜଳପରିମଳ କନିଷ୍ଠ ଯନ୍ତ୍ରୀ ସାହୁ ବାବୁ, ମତ୍ସ୍ୟ ବିଭାଗ ଅଧିକାରୀ ଶେଷଦେବ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୃଷି ଅଧିକାରୀ,ପଶୁପାଳନ ଅଧିକାରୀ,ବିଭାଗୀୟ କର୍ମଚାରୀ,ଏପିଓଙ୍କ ସମେତ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶୋଇ ବ୍ଲକର ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରିବା ଓ ସମାଧାନ ପାଇଁ ବିଶୋଇ ବ୍ଲକ ପରିସରରେ ଏକ ଜିଲ୍ଲା ପରିଷଦ ଅଭିଯୋଗ ବାକ୍ସ ସ୍ଥାପନ କରିଥିଲେ । ପରେ ବିଶୋଇର କନ୍ୟାଶ୍ରମ,ମଣଦା ଓ ଅସନାର ୫ଟି କାର୍ଯ୍ୟସ୍ଥଳୀ ପରିଦର୍ଶନ କରିବା ସହ କାର୍ଯ୍ୟର ତ୍ବରାନ୍ବିତ, ଗୁଣବତ୍ତା ଓ ସଠିକ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।