ଜିଲ୍ଲା ପ୍ରଶାସନ ସହାୟତା ରେ ଭିଟା ମାଟିରେ ପହଞ୍ଚିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଏବେ ଦୁର୍ଦ୍ଦଶା ରେ ଘାଣ୍ଟି ହେଇଛନ୍ତି ଦାଦନ ଶ୍ରମିକ । ଅଞ୍ଚଳ ତଥା ଗ୍ରାମାଞ୍ଚଳରେ କାମ ଧନ୍ଦା ନପାଇ ଦେଶ ବିଦେଶ ଯାଇ ବଞ୍ଚିବା ପାଇଁ ମୁଣ୍ଡର ଝାଳ ତୁଣ୍ଡରେ ମାରି ଶ୍ରମିକ ଭାବେ କରୁଥିବା ବେଳେ କେତେବେଳେ କେଜାଣି କୁଆଡୁ ଦୁର୍ଦ୍ଦଶା ମାଡ଼ିଆସିବ ନିଷ୍ପାପ୍ ମଣିଷକୁ ଜଣାନଥାଏ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ l କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇ ସୁରଟ ର ଏକ ସୂତାକଳ ରେ କାର୍ଯ୍ୟ କରି ପରିବାର ପରିପୋଷଣ କରୁଥିଲେ l ଶନିବାର ହଟାତ୍ ସ୍ୱାସ୍ଥ୍ୟ ଖରାପ ଫଳରେ ତାଙ୍କୁ ଏକ ମେଡ଼ିକାଲ ରେ ଭର୍ତି କରାଯାଇଥିଲା l ରବିବାର ଚିକିତ୍ସା ଧିନ ଅବସ୍ଥାରେ ତାଙ୍କ ମୃତ୍ରୁ ଘଟିଥିବା ଜଣାପଡ଼ିଛି। ପରିବାର ଲୋକେ ଖବର ପାଇଁ ସ୍ଥାନୀୟ ବ୍ଲକ୍ ପ୍ରଶାସନ କୁ ଜିତେନ୍ଦ୍ର ଙ୍କ ମର ଶରୀରକୁ ଜନ୍ମ ମାଟିକୁ ଆଣିବା ପାଇଁ ନିବେଦନ କରିଥିଲେ l ସ୍ଥାନୀୟ ବିଡ଼ିଓ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବା ପରେ ମୃତ ଦେହ ଜନ୍ମ ମାଟିକୁ ଆଣିବା ପାଇଁ ଯୋଜନା କରାଯାଇଥିଲା। ସେହି ଅଞ୍ଚଳରକାମ କରିବାକୁ ଯାଇଥିବା ନିଜ ସାଥୀ ଙ୍କ ସହଯୋଗ ରେ ଗୁରୁବାର ମର ଶରୀର ଗାଁ ରେ ପହଞ୍ଚିଥିଲା l ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ତହସିଲଦାର ଡ. ଶ୍ରୀନିବାସ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ ପରିବାର ପାଖରେ ପହଞ୍ଚି ସ୍ଵନ୍ତନl ଦେବା ସହ ଜିଲ୍ଲା ଶ୍ରମିକ ଉଦ୍ୟୋଗୀ ଯୋଜନାରୁ ୪୦,୦୦୦୦ ହଜାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି।