ଜିଲ୍ଲା ବିଜେପି ଏସଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା
ବାଲେଶ୍ୱର, (ସରୋଜ ପଣ୍ଡା) : ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ଭାବେ ୩୯ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ବିପିନ ମାରାଣ୍ଡିଙ୍କ ନାମ ଘୋଷଣା କରିଛି । ଆଜି ଜିଲ୍ଲା କାର୍ଯ୍ୟଳୟରେ ଆହୁତ ଏକ ଜିଲ୍ଲା ପଦାଧିକାରୀଙ୍କ ବୈଠକରେ ଏହି ଘୋଷଣା କରାଯାଇଥିଲା । ଦାଇତ୍ଵ ପାଇବା ପରେ ଶ୍ରୀଯୁକ୍ତ ମାରାଣ୍ଡି ତାଙ୍କ ଉପରେ ଭରସା କରି ଏହି ଗୁରୁଦାୟିତ୍ୱ ଅର୍ପଣ କରିଥିବାରୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ବାଲେଶ୍ୱରର ସାଂସଦ ସର୍ବମାନ୍ୟ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଏସଟି ମୋର୍ଚ୍ଚାକୁ ସକ୍ରିୟ କରିବା ସହିତ ପଞ୍ଚାୟତ ନିର୍ବାଚନରେ ଏସଟି ମୋର୍ଚ୍ଚା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର