ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲ ଗିରଫ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩ଜଣ ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୂର ଦୁରାନ୍ତରୁ ଆସୁଥିବା ଗରୀବ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଓ ଉପଯୁକ୍ତ ଔଷଧ ତଥା ଶୀଘ୍ର ଚିକିତ୍ସା ସୁବିଧା ଭଳି ବିଭିନ୍ନ ଆଳ ଦେଖାଇ ଆର୍ଥିକ ଶୋଷଣ କରୁଥିବା ବିଷୟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗୁରୁବାର ଏକ ବିଶେଷ ସୁତ୍ରରୁ ଖବରପାଇ କେନ୍ଦ୍ରାପଡା ଏସଡିପିଓ ରାଜିବଲୋଚନ ପଣ୍ଡାଙ୍କ ନିର୍ଦେଶରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଜିଲ୍ଲା ଡାକ୍ତରଖାନାରେ ପହଁଚି ୨ମହିଳା ଓ ଜଣେ ପୁରୁଷ ଦଲାଲଙ୍କୁ ଗିରଫକରି ଥାନା କେଶ ନମ୍ବର ୧୮୪/୨୦୧୯ରେ ଆଇ.ପି.ସି.ର ଧାରା ୪୨୦ ଓ ୩୪ ଦଫାରେ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସୁଧାଂଶୁ ସିଂ(୩୫) ଓ ଚାଟରାପାଟଣା ଗ୍ରାମର ଜୟନ୍ତୀ ସାହୁ(୫୨) ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ସଶ୍ମିତା ବେହେରା(୩୨) । ଘଟଣାର ତଦନ୍ତକାରୀ ଅଧିକାରୀ ଏସ.ଆଇ. ସୋମ୍ୟରଞ୍ଜନ ଜାଲି ଏସମ୍ପର୍କରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ