ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଓସ୍କାନ ହଲ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ତହସିଲ ଅଂଚଳରେ ପଡ଼ି ରହିଥିବା ମ୍ୟୁଟେସନ କେଶ୍ ତୁରନ୍ତ ଫଇସଲା କରିବା ଏବଂ ଓଏଲଆର୍ (୮) କେଶ ଗୁଡ଼ିକ କ୍ୟାମ୍ପ୍ ମାଧ୍ୟମରେ ଫଇସଲା କରିବା, ବେଆଇନ ଭାବେ ଚାଲାଣ ହେଉଥିବା ଲଘୁଜ ଖଣିଜ ଉପରେ ନୀୟମିତ ଚଢଉ କରିବା, ସରକାରୀ ଜମିକୁ ଚିହ୍ନଟ କରି ସରକାରୀ ଖାତାକୁ ଆଣିବା, ବେଆଇନ ଇଟା ଭାଟି ଉପରେ ନିୟମିତ ଚଢଉ କରିବା ସମେତ ବିଭିନ୍ନ ସମୟରେ ସ୍କ୍ୱାର୍ଡ଼ ଗଠନ କରି ଚଢଉ କରିବା, ଜନସାଧାରଣ କିପରି ବିଭିନ୍ନ ପ୍ରମାଣପତ୍ର ଠିକ୍ ଭାବେ ପାଇପାରିବେ ସେଥି ପ୍ରତି ଧ୍ୟାନ ଦେବା ନେଇ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଜିଲ୍ଲା ରାଜସ୍ୱ ଅଧିକାରୀ ଡ. ଦିବ୍ୟଲୋଚନ ମହନ୍ତଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।