ଜିଲ୍ଲା ର ସବୁ ସରକାରୀ କାର୍ଯ୍ୟାଳୟ କୁ ସର୍ବ ସାଧାରଣ ଲୋକଙ୍କୁ ୧୦ ଦିନ ବାରଣ
ବ୍ରହ୍ମପୁର, (ଅନିଲ କୁମାର):ଦିନ କୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରିଚାଲିଛି l ଆଗ ଧାଡିରେ ରହି ବରିଷ୍ଠ ଅଧିକାରୀ ସରକାରୀ କର୍ମଚାରୀ ମାନେ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରିଚାଲିଛନ୍ତି lସେମାନଙ୍କର ଆକ୍ରାନ୍ତ ସଂଖ୍ୟା ୧୪ ରେ ପହଂଚି l ସଂକ୍ରାମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଆଜି ଠାରୁ ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲା ର ସବୁ ସରକାରୀ କାର୍ଯ୍ୟାଳୟ କୁ ସର୍ବ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି l ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି l ସରକାରୀ କର୍ମଚାରୀ ବରିଷ୍ଠ ଅଧିକାରୀ ମାନଙ୍କ ର କରୋନା ପଜିଟିଭ ସଂଖ୍ୟା ବଢିବା ଫଳରେ ଜିଲ୍ଲାପାଳ ୧୦ ଦିନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବା ପାଇଁ ବାରଣ କରିଛନ୍ତି ଓ ଏହା ସହିତ ସେମାନଙ୍କ ଆଶୁ ଆରୋଗ୍ୟ ପାଇଁ ପାର୍ଥନା କରିଛନ୍ତି ଜିଲ୍ଲାପାଳ