ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପାରଳା ସହରର ବିଭିନ୍ନ ଦୋକାନ ଉପରେ ଚଢଉ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁମ୍ଡିର ବିଭିନ୍ନ ଦୋକାନ ଗୁଡିକ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢଉ କରାଯାଇଛି । ସହରର ମଧ୍ୟରେ ଥିବା ବିଭିନ୍ନ ଦୋକାନ ଗୁଡିକରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତ କରି ସେମାନଙ୍କ ଦ୍ୱାରା କାମ କରାଯାଉଥିବା ଅଭିଯୋଗମାନେ ହୋଇଥିବାକୁ ନେଇ ଏହି ଚଢଉ କରାଯାଉଥିବା ଜଣାପଡିଛି । ଏହି ଚଢଉରେ ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ । ତେବେ ଏହି ଚଢଉ ବେଳେ ଗୋଟିଏ ବି ମାମଲା ମିଳିନଥିବାର ଜଣାପଡିଛି ।


